ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ରହିଛନ୍ତି ଜନଜାତିର ଭାଇ-ଭଉଣୀ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ଭାରତର ଗଣତନ୍ତ୍ର ପାଇଁ ଐତିହାସିକ ଅବସର ବୋଲି ଲେଖିଛନ୍ତି ଅମିତ ଶାହା । ଆଉ ଅମିତ ଶାହା ଉଲ୍ଲେଖ କରିଛନ୍ତି ସବୁଠୁ ପଛୁଆ ସାନ୍ତାଳୀ ପରିବାରରୁ ଆସି ଦ୍ରୌପଦୀ ମୁର୍ମୁ ନିଜ ସଂଘର୍ଷ , କଠିନ ପରିଶ୍ରମ ବଳରେ ସର୍ବୋଚ୍ଚ ପଦବୀ ପର୍ଯ୍ୟନ୍ତ ଆସିପାରିଛନ୍ତି । ଆଜିର ଦିନ ଦେଶବାସୀ ଓ ଜନଜାତି ପାଇଁ ଗୌରବମୟ ମୁହୂର୍ତ୍ତ। ଆଜି ଆମ ଗଣତନ୍ତ୍ର ପ୍ରଶ୍ନ ଚିହ୍ନ ଠାରୁ ମୁକ୍ତ, ସାତ ଦଶନ୍ଦି ପରେ ସମସ୍ତଙ୍କ ସ୍ୱପ୍ନ ପୂରଣ ହୋଇଛି ।
ଜନଜାତି ମାନଙ୍କର ବିକାଶ ଅଟଳ ବିହାରୀ ବାଜପେୟୀ ସରକାରରୁ ଆରମ୍ଭ ହୋଇଥିଲା , 1999 ମସିହାରେ ଏଥିପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଖୋଲିଥିଲା। 2003 ମସିହାରେ ଅଟଳବିହାରୀ ବାଜପେୟୀଙ୍କ ସରକାରରେ ଅନୁସୂଚିତ ଜନଜାତି ଆୟୋଗ ପ୍ରତିଷ୍ଠା କରାଯାଇଥିଲା । ବାଜପେୟୀଙ୍କ ସରକାରରୁ ଆଦିବାସୀଙ୍କ ବିକାଶର ମଞ୍ଜି ପଡିଥିଲା, ମୋଦି ସରକାରରେ ତା କ୍ରିୟାନ୍ୱୟନ ହେଉଛି । ସବକା ସାଥ୍ , ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସର ଏ ହିଁ ଝଲକ । ମୋଦି ସରକାରଙ୍କ ଆଠବର୍ଷ ସମୟରେ ଜନଜାତିଙ୍କର ହୋଇଛି ବ୍ୟାପକ ବିକାଶ। ଜନଜାତି ଉପଯୋଜନା ବଜେଟ ବିଗତ ସରକାର ଅପେକ୍ଷା ମୋଦି ସରକାରରେ 4 ଗୁଣା ବୃଦ୍ଧି ପାଇଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।