2021 ମସିହାରେ ୟୁପି ପୋଲିସ୍ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ଆଧାରରେ ଅନୁସନ୍ଧାନକାରୀ ଏଜେନ୍ସି ଇଡି ମନି ଲଣ୍ଡରିଂ ତଦନ୍ତ ଆରମ୍ଭ କରିଥିଲା । ରାଣା ଆୟୁବ ସୋସିଆଲ ୱାରକ ନାରେ ଜନସାଧାରଣଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି । ଇଡି ଅଭିଯୋଗ କରିଛି ଯେ ରାଣା ଆୟୁବ ତିନୋଟି ଅଭିଯାନ ଆରମ୍ଭ କରିଥିଲେ ଏବଂ ଏକ ଅନଲାଇନ୍ ଫଣ୍ଡିଂ ପ୍ଲାଟଫର୍ମ କେଟୋ ମାଧ୍ୟମରେ ଅନେକ କୋଟି ଟଙ୍କା ସଂଗ୍ରହ କରିଥିଲେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ରାଣା ଆୟୁବଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଇଡି

ଅର୍ଗସ ବ୍ୟୁରୋ : ସାମ୍ବାଦିକ ରାଣା ଆୟୁବଙ୍କ ବିରୋଧରେ ଇଡିର ବଡ ଆକସନ । ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏକ ଚାର୍ଜସିଟ ଦାଖଲ କରିଛି । ରାଣା ଆୟୁବଙ୍କୁ ସାଧାରଣ ଜନତାଙ୍କ ଅର୍ଥ ହେରଫେରରେ ଅଭିଯୁକ୍ତ ବୋଲି ନାମିତ କରି ଏହି ଚାର୍ଜସିଟ୍ ବୁଧବାର ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ନିର୍ଦ୍ଦିଷ୍ଟ କୋର୍ଟରେ ଦାଖଲ କରାଯାଇଛି ।
Download Argus News App
