ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ କରୋନା ଯୋଗୁଁ DA ବୃଦ୍ଧି ଉପରେ ରୋକ୍ ଲଗାଯାଇଥିଲା । DA ର ତିନିଟି କିସ୍ତି ଉପରେ ରୋକ୍ ଲଗାଯାଇଥିଲା । ଆଜିର ନିଷ୍ପତ୍ତି ଅନୁଯାୟୀ, 1 ଜାନୁଆରୀ 2020, 1 ଜୁଲାଇ 2020 ଏବଂ 1 ଜାନୁୟାରୀ 2021ରୁ ଲାଗୁ ହୋଇଥିବା ତିନିଟି କିସ୍ତି ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି ।
ଏହି ପ୍ରତିବନ୍ଧକ ହଟାଯିବା ପରେ ସମସ୍ତ ତିନିଟି କିସ୍ତିରେ ମୋଟ 11 ପ୍ରତିଶତ ବୃଦ୍ଧି ହେବ । ଅର୍ଥାତ୍ DA ହାର ବର୍ତ୍ତମାନର 17 ପ୍ରତିଶତରୁ 28 ପ୍ରତିଶତକୁ ବୃଦ୍ଧି ପାଇବ । ସରକାରଙ୍କ ଏହି ନିଷ୍ପତ୍ତି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଉପକୃତ କରିବ ।