ଅନ୍ୟପକ୍ଷରେ, ମୁକେଶ ଅମ୍ବାନୀଙ୍କ ଅଧୀକୃତ ରିଲାଏନ୍ସ ଜିଅ ଅଗଷ୍ଟ 15ରୁ ସମଗ୍ର ଦେଶରେ 5ଜି ସେବା ଆରମ୍ଭ କରିବା ପାଇଁ ସଙ୍କେତ ଦେଇଛି । 5ଜି ଲଞ୍ଚ୍ ହେବା ପରେ ଇଣ୍ଟରନେଟ୍ ସ୍ପିଡ୍ ଅନେକ ମାତ୍ରାରେ ବଢିଯିବ । ଲୋକଙ୍କ ଜୀବନକୁ ଏହା ସହଜ କରିବ ।
ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କିଛି ଦିନ ତଳେ କହିଥିଲେ ଯେ, 5 ଜି ସେବାର ଶୁଳ୍କ ଶିଳ୍ପ ନିର୍ଦ୍ଧାରଣ କରିବ । ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ । ଅନ୍ୟପକ୍ଷରେ ଶିଳ୍ପ ବିଶେଷଜ୍ଞଙ୍କ ଅନୁମାନ, 4 ଜି ତୁଳନାରେ 5 ଜି ସେବା 10 ରୁ 15 ପ୍ରତିଶତ ମହଙ୍ଗା ହୋଇପାରେ । ସ୍ପେକ୍ଟ୍ରମ ହାସଲ କରିବା ପାଇଁ କମ୍ପାନୀଗୁଡିକ ମୋଟା ଅର୍ଥ ବ୍ୟୟ କରିଥିବାବେଳେ ବର୍ତ୍ତମାନ ତାହାକୁ ଅସୁଲ କରିବା ପାଇଁ ଗ୍ରାହକଙ୍କ ଉପରେ ସେମାନେ କିଛିଟା ବୋଝ ପକାଇପାରନ୍ତି ।
ଦେଶରେ 5ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେବା ଦ୍ୱାରା ଭାରତରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଲୋକଙ୍କ କାର୍ଯ୍ୟ ଖାଲି ସହଜ ହେବ ନାହିଁ ବରଂ ମନୋରଞ୍ଜନ ଏବଂ ଯୋଗାଯୋଗ କ୍ଷେତ୍ରରେ ବି ଅନେକ ପରିବର୍ତ୍ତନ ଆସିବ । 5ଜି ଉପକରଣ ପ୍ରସ୍ତୁତ କରୁଥିବା କମ୍ପାନୀ ଏରିକସନର କହିବାନୁସାରେ, 5 ବର୍ଷରେ ଭାରତରେ 50 କୋଟିରୁ ଅଧିକ 5ଜି ଉପଭୋକ୍ତା ଥିବେ ।
ସୂଚନାଯୋଗ୍ୟ, 5ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିବାବେଳେ ଆସାନୁରୂପ ରିଲାଏନ୍ସ ଜିଓ ସର୍ବାଧିକ ମୂଲ୍ୟରେ ସ୍ପେକ୍ଟ୍ରମ ହାସଲ କରିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।