ଖବର ଅନୁଯାୟୀ, ଏହି ଯୁବକମାନେ ଜଣେ ହିନ୍ଦୁ ଝିଅକୁ ଅପହରଣ ଉଦ୍ଦେଶ୍ୟରେ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି। ଏହି ଚାରିଜଣ ଅଭିଯୁକ୍ତଙ୍କ ବୟସ 19 ରୁ 27 ବର୍ଷ, ସେମାନେ ଉତ୍ତରପ୍ରଦେଶର ହରିଦ୍ୱାର ଏବଂ ଉତ୍ତରପ୍ରଦେଶର ମୋରାଡାବାଦର ବାସିନ୍ଦା । ପୋଲିସର ସୂଚନାନୁସାରେ, ଗିରଫ ହୋଇଥିବା ଚାରିଜଣ ଯୁବକଙ୍କ ମଧ୍ୟରୁ ଜଣେ କିଛି ମାସ ପୂର୍ବରୁ ସୋସିଆଲ ମିଡିଆରେ ଝିଅ ସହିତ ବନ୍ଧୁତା କରିଥିଲେ।
ଏହି ବିଷୟରେ ଜାଣିଥିବା ଜଣେ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି, “ଜଣେ ଅଭିଯୁକ୍ତ ତାଙ୍କ ସାଙ୍ଗମାନଙ୍କ ସହିତ ଶୁକ୍ରବାର (ଜୁଲାଇ 23, 2021) ସନ୍ଧ୍ୟାରେ ବାଗୱାଲିପୋଖର ଅଞ୍ଚଳକୁ ଆସିଥିଲେ। ସେ ଝିଅକୁ ଏକ ସ୍ଥାନୀୟ ରେଷ୍ଟୁରାଣ୍ଟକୁ ଡାକିଥିଲେ, ଯେଉଁଠାରେ ରେଷ୍ଟୁରାଣ୍ଟ ମାଲିକ ସନ୍ଦେହଜନକ ହୋଇ ସ୍ଥାନୀୟ ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ।
'ଲଭ୍ ଜିହାଦ' ଅଭିଯୋଗ କରି ସେ ଏହି ଚାରିଜଣ ଯୁବକଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ କହିଛି ଯେ କିଛି ସ୍ଥାନୀୟ ଲୋକ ଝିଅର ପିତାଙ୍କୁ ସୂଚନା ଦେଇଥିଲେ ଏବଂ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝିଅଟିର ବାପା ପୋଲିସକୁ କହିଛନ୍ତି ଯେ ଚାରି ଅଭିଯୁକ୍ତ ତାଙ୍କ ଝିଅକୁ ଅପହରଣ ଉଦ୍ଦେଶ୍ୟରେ ପ୍ରଲୋଭନ ଦେଖାଇଥିଲେ।