ଏହି ପରୀପ୍ରେକ୍ଷୀରେ ମହାରାଷ୍ଟ୍ରର ନାଶିକ ଅଞ୍ଚଳରେ ଥିବା ଏକ ମିଠା ଦୋକାନରେ ଏହି ସୁନାର ମିଠା ତିଆରି ହୋଇଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ଚାହିଦା ବେଶ ଅଧିକ ରହିଛି । ଅନେକ ଦୂରରୁ ମଧ୍ୟ ଲୋକେ ଏହି ମିଠା ନେବାକୁ ଆସୁଛନ୍ତି । ଏହି ମିଠା ଦୃଷ୍ଟି ଆକର୍ଷଣ କରିବାର ଅନ୍ୟ ଏକ କାରଣ ହେଉଛି ଏହାର ସାଜ୍ଜସଜା । ଖୁବ ପାରମ୍ପାରିକ ଢଙ୍ଗରେ ସୁନ୍ଦର ଭାବରେ ସଜାଇ ହୋଇଛି । ଯାହା ବେଶ ଆକର୍ଷଣୀୟ ଦେଖାଯାଉଛି । ଏହି ମିଠାର ଦାମ୍ ୧ କେଜିକୁ ୬୦୦୦ ଟଙ୍କା ରହିଛି । ତେବେ ଦାମ ଅଧିକ ହୋଇଥିଲେ ମଧ୍ୟ ସ୍ଵତନ୍ତ୍ର ମିଠା ଯୋଗୁଁ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି । ମିଠା ନେବାକୁ ୨୦ କେଜିର ଅର୍ଡର ମଧ୍ୟ ଆସିସାରିଥିବା କହିଛନ୍ତି ଏହି ମିଠା ଦୋକାନୀ ।
ତେବେ ଏନେଇ ଜଣେ ଗ୍ରାହକ କୁହନ୍ତି, ସେ ଏହି ରାକ୍ଷୀ ପୂର୍ଣ୍ଣିମାରେ ନିଜ ଭାଇ ପାଇଁ କିଛି ସ୍ପେଶାଲ କରିବାକୁ ଚାହୁଁଥିଲେ । ଏହି ସୁନାର ମିଠା ଏହିଠାରେ ତିଆରି ହେଉଥିବା ଜାଣିବା ପରେ ସେ ତାଙ୍କ ଭାଇଙ୍କ ପାଇଁ ଏହି ମିଠା ନେବାକୁ ଆସିଥିଲେ । ଏଥିସହ ସେ କହିଛନ୍ତି ଏହି ମିଠା ଦେଖି ତାଙ୍କ ଭାଇ ବହୁତ ଖୁସି ହେଇଯିବ । ଏହି ମିଠାର ଦାମ ଅଧିକ ହୋଇଥିଲେ ମଧ୍ୟ ଏହି ମିଠା ସ୍ଵତନ୍ତ୍ର ମିଠା ହୋଇଥିବାରୁ ସେ ଏହାକୁ ନେବାକୁ ଆସିଛନ୍ତି । ତେବେ ଦର୍ଶକଙ୍କୁ ଆକର୍ଷଣ କରିବାକୁ ସେମାନେ ଆହୁରି ନୂଆ ନୂଆ ପ୍ରକାର ମିଠା ତିଆରି କରୁଥିବା ଦୋକାନୀ ମତ ରଖିଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।