ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୁଜୁରାଟରେ ଆରମ୍ଭ ହୋଇଥିବା ବିକାଶ ଏବଂ ପରବର୍ତ୍ତୀ ସମୟରେ ଦେଶର ବିକାଶ କାର୍ଯ୍ୟ ପ୍ରତି ଗୁଜୁରାଟବାସୀ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି । ସେହିପରି ଗୁଜୁରାଟ ନିର୍ବାଚନରେ ବିଜେପିର ବିପୁଳ ବିଜୟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅବଦାନ ଅତୁଳନୀୟ ଏବଂ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ଗୁଜୁରାଟର ହଜାର ହଜାର ନେତା ଓ କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ରାଜନୀତି ଖବର ଆହୁରି ପଢନ୍ତୁ ।