ତେବେ ଗୁଜରାଟରେ ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ବିଜେପିକୁ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଯାହା ଆଶା କରୁଥିଲେ, ତାହା ଅସମ୍ଭବ ବୋଲି ଏକ୍ଜିଟ୍ ପୋଲ୍ ଫଳାଫଳରୁ ଅନୁମାନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନିଜ ରାଜ୍ୟ ଗୁଜୁରାଟ । ଏଠାରେ ବିଜେପି ବିଗତ ୨୨ ବର୍ଷ ହେଲା ନିରବିଚ୍ଛିନ୍ନ ଭାବରେ କ୍ଷମତାରେ ରହିଆସିଛି ଏବଂ ଏହା ପୂର୍ବରୁ ମଧଯ ୧୯୯୫ /୯୬ ରେ ଗୁଜୁରାଟର କ୍ଷମତା କିଶୁଭାଇ ପଟେଲଙ୍କ ହାତରେଵ ଥିଲା । ତେବେ ୨୨ ଵବର୍ଷରୁ ଅଧିକ ଶାସନ କ୍ଷମତାରେ ରହିଥିବା ବିଜେପି ର ଏଥର ନିର୍ବାଚନରେ ଆଣ୍ଟି ଇନ୍କମ୍ବେନ୍ସି ଫାକ୍ଟରର ସମ୍ମୁଖୀନ ହୋଇପାରେ ନେଇ ସାମାନ୍ୟ ସଙ୍କେତ ମିଳୁଥିଲା । ତେବେ ଏକ୍ଜିଟ୍ ପୋଲରେ ବିଜେପି ସପକ୍ଷରେ ସଂଖ୍ୟାଧିକ ଆସନ ମିଳିବାର ପୂର୍ବାନୁମାନ । ସମସ୍ତ ଆଶା ଏବଂ ଆଶଋକାକୁ ବଦଳାଇ ଦେଇଛି ଏବଂ ଆପକୁ ଗୁଜୁରାଟରେ ନିରାଶ ହେବାକୁ ପଡିପାରେ ବୋଲି ସ୍ପଷ୍ଟ ଜଣାପଡିଛି ।
ସରକାର ଗଠନ କରିବାକୁ ନିର୍ଦ୍ଦିଷ୍ଟ ଦଳକୁ ଅତିକମରେ ୯୨ଟି ଆସନ ହାତେଇବାକୁ ପଡିବ । ତେବେ ଟାଇମ୍ସ ନାଓ, ଆକ୍ସିସ୍ ମାଇ ଇଣ୍ଡିଆ, ସି-ଭୋଟର, ରିପବ୍ଲିକ୍ ଟିଭି-ପି ମାର୍କ ଏକଜିଟ ପୋଲରେ ବିଜେପି ସପକ୍ଷରେ ସର୍ବାଧୀକ ଆସନ ମିଳିବାର ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ ଗୁଜରାଟରେ କଂଗ୍ରେସକୁ ମୁଖ୍ୟ ବିରୋଧୀ ଦଳଭାବେ ଭୂମିକା ତୁଲାଇବାକୁ ପଡିପାରେ ବୋଲି ଏକ୍ଜିଟ୍ ପୋଲରୁ ସଙ୍କେତ ମିଳୁଛି । ଯଦି ଏକ୍ଜିଟ୍ ପୋଲ୍ ତଥ୍ୟ ସତ ପ୍ରମାଣିତ ହୁଏ, ତେବେ ଗୁଜରାଟରେ ବିଜେପି ୨୦୧୭ ତୁଳନାରେ ୩୨ଟି ଅଧିକ ଆସନ ହାତେଇବାକୁ ଯାଉଥିବାବେଳେ କଂଗ୍ରେସ ୩୭ଟି ଆସନ ହରାଇପାରେ ବୋଲି କୁହାଜାଉଛି ।
ଡିସେମ୍ବର ୮ରେ ଉଭୟ ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ଏକାସାଙ୍ଗରେ ଘୋଷଣା କରାଯିବ । ଏକଜିଟ ପୋଲ କୁ ନେଇ ଚର୍ଚ୍ଚା ଜାରୀ ରହିଥିବା ବେଳେ ଫଳାଫଳ ଘୋଷଣା ପରେ ୨୦୨୪ ପାଇଁ ଚିତ୍ର ସ୍ପଷ୍ଟ ହୋଇଜିବ । ପୁଣି ଜନମତ ବିଜେପି ସପକ୍ଷରେ ଜିବ ବୋଲି ଆକଳନ କରାଜାଉଛି ।