ତାଙ୍କ ନାଁ ମୋହନ ମହାପାତ୍ର ବୋଲି ଜଣାପଡ଼ିଛି । ସିଲଭର ଗାନ୍ଧି ନାମରେ ପରିଚିତ ମୋହନ ଓଡ଼ିଶାରୁ ପଦଯାତ୍ରାରେ ଯାଇ ଆଜି ଅହମ୍ମଦାବାଦର ବିଜେପି କାର୍ଯ୍ୟାଳୟରେ ପହଁଚି ଥିଲେ ଏବଂ ବିଜେପିର ବିଜୟ ଉତ୍ସବରେ ସାମିଲ ହୋଇଥିଲେ । ଗୁଜୁରାଟ ମାଟି ମହାତ୍ମାଗାନ୍ଧିଙ୍କ ମାଟି, ସତ୍ୟ ଅହିଁସାର ମାଟି । ତାଙ୍କର ପଦଯାତ୍ରା ଶାନ୍ତି ଅଂହିସା ପ୍ରତିଷ୍ଠା ପାଇଁ ଏବଂ ଜଗନ୍ନାଥ ମାଟିରୁ ସେ ଏହି କାରଣରୁ ପଦଯାତ୍ରା କରିଛନ୍ତି । ଏଠାରେ ବିଜେପି ତଥା ମୋଦିଙ୍କ ବିଜୟ ଦେଶକୁ ବିକାଶ ଦିଗରେ ଆଗେଇ ନେବବୋଲି ପ୍ରକାଶ କରିଥିଲେ ମୋହନ ।
ଗୁଜୁରାଟର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ

ଅର୍ଗସ ବ୍ୟୁରୋ : ଗୁଜୁରାଟର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ, ମୁହଁରେ ଜୟ ଜଗନ୍ନାଥ । ଗୁଜୁରାଟରେ ବିଜେପିକୁ ପୁଣି ବିପୁଳ ସମର୍ଥନ ମିଳିଛି ଫଳରେ ପୁଣିଥରେ ସେଠାରେ ସରକାର ଗଢ଼ିବାକୁ ଯାଉଛି ବିଜେପି । ଆଜି ଫଳାଫଳ ପ୍ରକାଶ ପାଇଥିବା ବେଳେ ଗୁଜୁରାଟର ଅହମ୍ମଦାବାଦରେ ଥିବା ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ମହାତ୍ମା ଗାନ୍ଧିଙ୍କ ବେଶରେ ସଜ୍ଜିତ ଓଡ଼ିଶାର ଜଣେ ଯୁବକଙ୍କୁ ।
Download Argus News App
