ସେପଟେ ପୁରା ଦେଶରେ ୩ହଜାରରୁ ଅଧୀକ ସଂକ୍ରମିତ ମାମଲା ସାମନାକୁ ଆସିବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଜାଇଛି। ଏ ନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ଲୋକଙ୍କୁ କରୋନା ସମୟରେ ନିଆଯାଉଥିବା ସତର୍କତା ବା ଗାଇଡ ଲାଇନକୁ ପାଳନ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଭଲରେ ମାସ୍କ ପିନ୍ଧିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ ପରାମର୍ଶ ଦିଆଯାଇଚି। ଫ୍ଲୁ ପରି ଅସୁସ୍ଥତା ଏବଂ ନିଃଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟାର ଲକ୍ଷଣ ଥିଲେ ସାମ୍ପଲ୍ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଡାକ୍ତରଖାନାରେ ଔଷଧ, ଅକ୍ସିଜେନ୍ ଓ ଆବଶ୍ୟକ ସରଞ୍ଜାମ ମହଜୁଦ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ଓଡ଼ିଶା ନ୍ୟୁଜ ପଢ଼ନ୍ତୁ