ଅଧିକ ପଢନ୍ତୁ : ଗତ ୩ମାସ ହେବ ଓଡ଼ିଶା ସମେତ ଦେଶରେ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢିଛି
କ୍ରିଭିଦା ଟ୍ରିଭସ ନାଁରେ ଏହି କିଟ୍ ଏବେ ବଜାରରେ ଉପଲବ୍ଧ ହେବ । ମାତ୍ର ୫୦ରୁ ୬୦ ମିନିଟ୍ ମଧ୍ୟରେ ଫଳାଫଳ ଜଣାପଡ଼ିବ। ଏହାଦ୍ବାରା ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାରେ ସହାୟକ ହେବ । ଆଇସିଏମଆର ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜୀ, ପୁଣେରେ ଏହି କିଟ୍ ର ପରୀକ୍ଷଣ କରିଛି ।
ଅଧିକ ପଢନ୍ତୁ : ପୁରା ଦେଶରେ 3 ହଜାରରୁ ଅଧିକ ମାମଲା
ଅନ୍ୟପଟେ ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଏଚ୩ଏନ୨କୁ ନେଇ ଚିନ୍ତା ବଢ଼ିଛି । ଏହି ସବୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଟେଷ୍ଟ, ଟ୍ରାକ୍, ଟ୍ରିଟମେଣ୍ଟ ଓ ଭ୍ୟାକ୍ସିନେସନକୁ ଗୁରୁତ୍ବ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି ।