ଏହାସହ ରୋହିତଙ୍କ ପତ୍ନୀ ରିତିକା ବି ରୋହିତଙ୍କ ଜନ୍ମଦିନକୁ ଏକ ସ୍ୱତନ୍ତ୍ର ଭାବେ ପାଳନ କରିଛନ୍ତି । ସେ ଏନେଇ ଇନଷ୍ଟାଗ୍ରାମରେ କିଛି ଫ୍ୟାମିଲି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ଏବେ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।
କେବଳ ରିତିକା ନୁହଁନ୍ତି ରୋହିତଙ୍କ ଜନ୍ମଦିନରେ ଆଇପିଏଲ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବି ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ଏହା ବ୍ୟତୀତ ସଚ୍ଚିନ ତେନ୍ଦୁଲକର, ବିରାଟ କୋହଲି, ବିସିସିଆଇ ଏବଂ ଅନେକ ଟିମର ଖେଳାଳୀମାନେ ବି ଶୁଭେଚ୍ଛା ଜଣାଇଛନ୍ତି ।
କହିରଖୁ କି, ୨୦୦୬ ମସିହାରେ ନ୍ୟୁଜଲାଣ୍ଡ ବିରୋଧରେ ରୋହିତ ପ୍ରଥମ ଇଣ୍ଟରନ୍ୟାସନାଲ କ୍ୟାରିଅର ଆରମ୍ଭ କରିଥିଲେ । ସେ ଏପର୍ଯ୍ୟନ୍ତ ୪୫ ଟି ଟେଷ୍ଟ, ୨୩୦ ଟି ଏକଦିବସୀୟ ଓ ୧୨୫ ଟି ଟି-୨୦ ମ୍ୟାଚ ଖେଳିସାରିଛନ୍ତି । ଏହାସହ ଗତବର୍ଷ ତାଙ୍କୁ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ଭାବେ ଚୟନ କରାଯାଇଥିଲା ।
ଆହୁରି ଅଧିକ ଖେଳ ଖବର ପଢନ୍ତୁ...