ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ ର ବିବାଦିତ ଭୋଜଶାଳା ମନ୍ଦିର - କମାଲ ମସଜିଦ୍ ମାମଲାରେ ହିନ୍ଦୁ ପକ୍ଷର ବଡ ବିଜୟ। ମଧ୍ୟପ୍ରଦେଶ ହାଇକୋର୍ଟ ଏଠାରେ ASI ସର୍ଭେ କରିବାର ଅନୁମତି ଦେଇଛନ୍ତି। ଏଠାରେ ହିନ୍ଦୁମାନେ ଭୋଜଶାଲାଙ୍କୁ 'ଭାଗଦେବୀ'କୁ ଉତ୍ସର୍ଗୀକୃତ ମନ୍ଦିର ବୋଲି ବିବେଚନା କରୁଥିବାବେଳେ ମୁସଲମାନମାନେ ଏହାକୁ କମଲ ମସଜିଦ ବୋଲି ଦାବି କରିଆସୁଛନ୍ତି। ତେବେ ଏହାକୁ ନେଇ ହିନ୍ଦୁ ପକ୍ଷ ତରଫରୁ ହାଇକୋର୍ଟରେ ୪ଟି ପିଟିସନ ଦାଏର କରାଜାଇଥିଲା। ୨୦୨୨ ରେ ଦାଏର କରାଯାଇଥିବା ପିଟିସନ ଉପରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚର ଆଦେଶ ପରେ ଏହି ପଦକ୍ଷେପ ନିଆଯାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ : କଂଗ୍ରେସର ପୁଣି ଘୋଷଣା କଲା ପ୍ରାର୍ଥୀ ତାଲିକା । ୨ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । କଟକରୁ ସୁରେଶ ମହାପାତ୍ର ପ୍ରାର୍ଥୀ ସମ୍ବଲପୁରରୁ ନଗେନ୍ଦ୍ର ପ୍ରଧାନ ଲୋକସଭା ପ୍ରାର୍ଥୀ । ତା ସହିତ ୮ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ । ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ । ଜଳେଶ୍ୱର- ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱର- ମୋନାଲିସା ଲେଙ୍କା । ବଡ଼ଚଣା- ଅଜୟ ସାମଲ, ପାଲଲହଡ଼ା- ଫକୀର ସାମଲ ।
ଅଧିକ ପଢନ୍ତୁ ଓଡ଼ିଶା ଖବର