ଅଧିକ ପଢନ୍ତୁ :ସାମ୍ବାଦିକଙ୍କ ପାଇଁ ଅସୁରକ୍ଷିତ ଦେଶ ହେଉଛି ପାକିସ୍ତାନ
ସମର୍ଥକଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ସହିତ ଗୁଳି ଚଳାଇଥିଲା । ତଥାପି ଇମ୍ରାନଙ୍କ ସମର୍ଥକମାନେ ମଧ୍ୟ ସେମାନଙ୍କ ଆକ୍ରମଣାତ୍ମକ ରୂପ ଦେଖାଇଥିଲେ । ସମର୍ଥକମାନେ ଟାୟାର ଜାଳି ପଥର ଫିଙ୍ଗିବା ସହିତ ଅଧିକ ଆକ୍ରମଣାତ୍ମକ ହୋଇଥିବାର ଦେଖାଯାଇଥିଲା । ସେପଟେ ଇମ୍ରାନ ଟୁଇଟ କରି ତାଙ୍କ ଗିରଫକୁ ଏକ ଡ୍ରାମା ବୋଲି କହିବା ସହିତତାଙ୍କ ବିରୋଧରେ ଗିରଫକୁ ନେଇ ଷଡ଼ଯନ୍ତ୍ର କରାଯାଉଛି ବୋଲି ପ୍ରତିକ୍ରିଯା ରଖିଛନ୍ତି । ମାମଲାରେ ପୋଲିସ ଇମରାନ ଖାନଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା । ହେଲେ ଏଥିରେ ବିଫଳ ହୋଇଥିଲା ପୋଲିସ । ସେପଟେ ଏବେ ଇମ୍ରାନ୍ ମାର୍ଚ୍ଚ ୧୮ ତାରିଖରେ କୋର୍ଟରେ ହାଜର ହେବେ ବୋଲି କହିଛନ୍ତି । ଏନେଇ ଲାହୋର ହାଇକୋର୍ଟର ବାର୍ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
ଅଧିକ ଦେଖନ୍ତୁ ଭିଡିଓ : ଇମ୍ରାନଙ୍କୁ ଗୁଳିମାଡ଼ ପଛରେ କାହାର ହାତ ?