ଅର୍ଗସ ବ୍ୟୁରୋ : ଗହଣାବଜାରରେ ବଢିଲା ରୂପାର ଚାହିଦା । ସୁନା ଛାଡି ରୂପା କିଣିଲେ ଗ୍ରାହକ । ଯାହା ପ୍ରଥମ ଥର ପାଇଁ ଗହଣାବଜାରରେ ଏୈତିହାସିକ ରେକର୍ଡ ବୋଲି କୁହାଯାଉଛି । ପୂର୍ବବର୍ଷ ଅପେକ୍ଷା ଏହାର ବିକ୍ରୀ ୩୦ରୁ ୩୫ ପ୍ରତିଶତ ବୃଦ୍ଧି ପାଇଛି ।
ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ଶୀତ ଦେଶର ଅନେକ ରାଜ୍ୟରେ ରେକର୍ଡ ଭାଙ୍ଗିବାକୁ ଯାଉଛି, ଯାହାକୁ ନେଇ ପାଣିପାଗ ବିଭାଗ ମଧ୍ୟ ଏକ ସତର୍କ ସୂଚନା ଜାରି କରିଛି। ପ୍ରତିବର୍ଷ ଦୀପାବଳି ସମୟରେ କିଛି ପରିମାଣରେ ଥଣ୍ଡା ଅନୁଭୂତ ହେଉଥିଲା, କିନ୍ତୁ ଏଥର (୧ ନଭେମ୍ବର ୨୦୨୪) କେବଳ ସକାଳ ଓ ସାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି । ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଅନେକ ରାଜ୍ୟରେ ବର୍ଷା ଜାରି ରହିବ, କିନ୍ତୁ ନଭେମ୍ବରରେ ଉତ୍ତର ଭାରତ ସମେତ ଅନେକ ସ୍ଥାନରେ ପ୍ରବଳ ଥଣ୍ଡା ହୋଇପାରେ। ଏକଥା ଶୁଣିବା ପରେ ନିଶ୍ଚିତ ସମସ୍ତଙ୍କ ମନରେ ଛନକା ପଶିବଣି ସତରେ କଣ ଏବର୍ଷ ହାଡ଼ଭଙ୍ଗା ଶୀତ ହେବ?
ତେବେ ପାଣିପାଗ ବିଭାଗ ଅନୁଯାୟୀ ନଭେମ୍ବର ପ୍ରଥମ ସପ୍ତାହରେ ଦିଲ୍ଲୀରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବ।
ନଭେମ୍ବର ୧୫ରୁ ଦିଲ୍ଲୀ-ଏନସିଆରରେ ଥଣ୍ଡା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବରରେ ଦୁଇଥର ପାହାଡିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଯେଉଁ କାରଣରୁ ବାୟୁରେ ଥଣ୍ଡା ବଢିଛି, କିନ୍ତୁ ଏହା ସମ୍ପୂର୍ଣ୍ଣ ଥଣ୍ଡା ହୋଇନାହିଁ। ପାହାଡ ଅଞ୍ଚଳରେ ତୁଷାରପାତ ଏବଂ ଉତ୍ତର-ପଶ୍ଚିମ ପବନ ଯୋଗୁଁ ନଭେମ୍ବର ମଧ୍ୟଭାଗରୁ ଦିଲ୍ଲୀ ସମତଳ ଅଞ୍ଚଳରେ ଏହା ପ୍ରବଳ ଥଣ୍ଡା ହେବ ବୋଲି ଆଶା କରାଯାଉଛି।ପାଣିପାଗ ବିଭାଗ ଅନୁଯାୟୀ ନଭେମ୍ବର ୧୦ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ପ୍ରବଳ ଥଣ୍ଡା ହୋଇପାରେ। ଦୀପାବଳି ପରଠାରୁ ରାଜଧାନୀ ଭୋପାଳ ସମେତ ଅନେକ ସହରରେ ତାପମାତ୍ରା ହ୍ରାସ ପାଇଛି। ବର୍ତ୍ତମାନ, ବିହାରରେ ଶୀତର ଅଧିକ ପ୍ରଭାବ ନାହିଁ । ଆଇଏମଡି ଅନୁଯାୟୀ, ଛଟ ପର୍ବ ପର୍ଯ୍ୟନ୍ତ ଅତ୍ୟଧିକ ଥଣ୍ଡା ହେବ ବୋଲି ଆଶା କରାଯାଉଛି।
ଲକ୍ଷ୍ନୌ, କାନପୁର, ବାରଣାସୀ, ନୋଏଡା ଏବଂ ପ୍ରୟାଗରାଜ ପରି ଉତ୍ତରପ୍ରଦେଶର ଅନେକ ସହରରେ ତାପମାତ୍ରା ହ୍ରାସ ପାଉଛି। ପାଣିପାଗ ବିଭାଗ ସୂଚନାନୁସାରେ, ଆସନ୍ତା ସପ୍ତାହ ସୁଦ୍ଧା ୟୁପିରେ ତାପମାତ୍ରା ହ୍ରାସ ହୋଇପାରେ। ବର୍ତ୍ତମାନ ରାଜସ୍ଥାନରେ କେବଳ ସକାଳ ଓ ସନ୍ଧ୍ୟାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି। ପାଣିପାଗ ବିଭାଗ ଅନୁଯାୟୀ, ନଭେମ୍ବର ୩ପର୍ଯ୍ୟନ୍ତ ହିମାଚଳ ଏବଂ ଉତ୍ତରପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି, ଏହି କାରଣରୁ ପବନର ଗତି ବଦଳିଯିବ ଏବଂ ଥଣ୍ଡା ଆସନ୍ତା ସପ୍ତାହ ଶେଷ ସୁଦ୍ଧା ରାଜ୍ୟରେ ଲୋକଙ୍କୁ ଅସୁବିଧାରେ ପକାଇପାରେ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ଅନିସ୍ ବାଜମିଙ୍କ 'ଭୁଲ୍ ଭୁଲେୟାଁ ୩' ଶେଷରେ ବଡ ପରଦାରେ ଆସିଛି। ଏହି ହରର କମେଡି ପାଇଁ ଫିଲ୍ମର ଟ୍ରେଲର ଏବଂ ଗୀତଗୁଡ଼ିକ ଦର୍ଶକଙ୍କ କ୍ରେଜକୁ ଆଗେଇ ନେଇସାରିଛି। ଯେଉଁଥିପାଇଁ 'ଭୁଲ୍ ଭୁଲେୟାଁ' 'ର ବହୁତ ବଡ ଆଡଭାନ୍ସ ବୁକିଂ ହୋଇଥିଲା । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ କୋଟି ଟଙ୍କା ରୋଜଗାର କରିଥିଲା । ଏବେ 'ଭୁଲ ଭୁଲେୟାଁ ' 'ର ପ୍ରଥମ ରିଭ୍ୟୁ ମଧ୍ୟ ଆସିଛି । ଆସନ୍ତୁ ଜାଣିବା ଏହି ଚଳଚ୍ଚିତ୍ରଟି କିପରି ହୋଇଛି।
ଭୁଲ୍ ଭୁଲେୟାଁ-୩ ର ପ୍ରଥମ ରିଭ୍ୟୁ
କାର୍ତ୍ତିକ ଆର୍ଯ୍ୟନ୍, ବିଦ୍ୟା ବାଲାନ୍, ମାଧୁରୀ ଦୀକ୍ଷିତ ଏବଂ ତୃପ୍ତି ଡିମରୀ ଅଭିନୀତ ଏହି ଫିଲ୍ମ 'କମେଡି ଏବଂ ହରର ମିଶାମିଶି। ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ପୁଣି ଥରେ ରୁହ ବାବାଙ୍କ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ବିଦ୍ୟା ବାଲାନ୍ ପୁଣିଥରେ ଏହି ଚଳଚ୍ଚିତ୍ରରେ ନିଜର ଆଇକନିକ ଚରିତ୍ର ମଞ୍ଜୁଲିକାରେ ଅଭିନୟ କରି ଲାଇମଲାଇଟ୍ ହାସଲ କରିଛନ୍ତି। ଏସବୁ ମଧ୍ୟରେ ଅନେକ ୟୁଜର୍ସ X ରେ ରିଭ୍ୟୁ ମଧ୍ୟ ସେୟାର କରିଛନ୍ତି । X ରେ ଜଣେ ୟୁଜର୍ସ ଲେଖିଛନ୍ତି, “କାର୍ତ୍ତିକ ରୁହ ବାବାଙ୍କ ଚରିତ୍ରରେ ଏକ୍ସିଲେଣ୍ଟ। ବିଦ୍ୟା ବାଲାନ ଚିତ୍ତାକର୍ଷକ। "ଚଳଚ୍ଚିତ୍ରର ପ୍ରାରମ୍ଭିକ ରିଭ୍ୟୁ ସେୟାର କରିବା ବେଳେ ଜଣେ ୟୁଜର୍ସ ଲେଖିଛନ୍ତି, କାର୍ତ୍ତିକ, ବିଦ୍ୟା, ମାଧୁରୀ ଏବଂ ତୃପ୍ତି ସମସ୍ତେ ସେମାନଙ୍କ ସ୍ଥାନରେ ବେଷ୍ଟ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଲଦାଖ ସୀମାରେ ପରସ୍ପରକୁ ମିଠା ବାଣ୍ଟି ଶାନ୍ତି ସନ୍ଦେଶ ଦେଉଛନ୍ତି ଭାରତ-ଚୀନ ଯବାନ । ଯେଉଁ ଦୃଶ୍ୟ ଉଭୟ ଦେଶର ସମ୍ପର୍କର ବଡ଼ ସାକ୍ଷୀ ହୋଇଛି । ବଦଳିଛି ସୀମା ସ୍ଥିତି । ପରସ୍ପରକୁ ମିଠା ବାଣ୍ଟି ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଛନ୍ତି ଉଭୟ ଦେଶର ଯବାନ । ଦୀର୍ଘ 4 ବର୍ଷ ପରେ ସୀମାକୁ ଫେରିଛି ଚାରି ବର୍ଷ ତଳର ସ୍ବାଭାବିକ ସ୍ଥିତି । ଆରମ୍ଭ ହୋଇଛି ନିୟମିତ ସେନା ପାଟ୍ରୋଲିଂ। ସୀମାରୁ ସୈନ୍ୟ ଅପସାରଣ ସହ ହଟିଛି ଯବାନଙ୍କ ଅସ୍ଥାୟୀ କ୍ୟାମ୍ପ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନିର୍ଣ୍ଣୟ ଓ ସଫଳ କୁଟନୀତି ସୀମା ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ କରିବାରେ ସଫଳ ହୋଇଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । 2020ରେ ଗଲୱାନ ଘାଟିରେ ସଂଘର୍ଷ ପରେ ଲଗାତାର ଉତ୍ତେଜନା ଲାଗି ରହୁଥିବାବେଳେ ଏବେ ବଦଳୁଛି ସ୍ଥିତି । ମୋଦିଙ୍କ ଦୃଢ଼ ରଣନୀତି ଭାରତ-ଚୀନ ସମ୍ପର୍କରେ ସୁଧାର ଆଣିବାରେ ସଫଳ ହୋଇଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଆସାମର ତେଜପୁରସ୍ଥିତ ଗଜରାଜ କୋର ମୁଖ୍ୟାଳୟରେ ଆୟୋଜିତ ବଡ଼ା ଖାନା କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତ-ଚୀନ ସମ୍ପର୍କରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା କହିଥିଲେ ରାଜନାଥ ସିଂହ ।
ସୀମା ସମସ୍ୟାର ସମାଧାନ ସହ ବର୍ଡର ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ମୋଦି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଚୀନ ସୀମାବର୍ତ୍ତୀ ଲଦାଖ, ଅରୁଣାଚଳ ସୀମାରେ ଗତ ମାସରୁ BRO ପକ୍ଷରୁ ଆରମ୍ଭ ହୋଇଛି 18ଟି ବଡ଼ ପ୍ରୋଜେକ୍ଟ । ଆସାମର ତେଜପୁରରୁ ଅରୁଣାଚଳର ତୱାଙ୍ଗକୁ ସଂଯୋଗ ପାଇଁ 13 ହଜାର ଫୁଟ ଉଚ୍ଚରେ ନିର୍ମାଣାଧୀନ ସେଲା ସୁଡଙ୍ଗ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜଜୁ । BRO ପ୍ରୋଜେକ୍ଟ ଗୁଡ଼ିକ ନର୍ଥଇଷ୍ଟ ରାଜ୍ୟ ବିକାଶକୁ ତ୍ବରାନ୍ବତ କରିବା ସହ ଭାରତ ପାଇଁ ଇକୋନୋମି କରିଡର ପରି କାମ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅରୁଣାଚଳର ବମଲାରେ ଯବାନଙ୍କ ସହ ଦୀପାବଳି ପାଳନ କରିବା ସହ ଭାରତ ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି କିରଣ ରିଜଜୁ ।
ଗତମାସରେ ରୁଷିଆର କାଜାନ ସହରରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଏକାଠି ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ସୀମାରେ ସ୍ଥିରତା, ସହାବସ୍ଥାନ ନେଇ ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ହୋଇଥିଲା ଆଲୋଚନା । ଅକ୍ଟୋବର 21 ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ସୀମାରେ ନିୟମିତ ପାଟ୍ରୋଲିଂ ଆରମ୍ଭ ହୋଇଛି ।
ଏପ୍ରିଲ 2020ରେ ଚୀନ ସେନା ପୂର୍ବ ଲଦାଖର 6ଟି ଅଞ୍ଚଳରେ ଅତିକ୍ରମଣ କରିବାକୁ ଉଦ୍ୟମ କରିବା ପରେ ଆରମ୍ଭ ହୋଇଥିଲା ବିବାଦ । ପିପି 17ଏ ଗୋଗରା, ପିପି 14 ଗଲବାନ, ପିପି 15 ହଟ ସ୍ପ୍ରିଙ୍ଗ, ଡେମଚୋକ, ଡେପସାଙ୍ଗ ଓ ପୈଗୋଂଗ ଦ୍ବୀପ ସୀମାରେ ଦେଖାଦେଇଥିଲା ଉତ୍ତେଜନା ।
ଗଲୱାନ ଘାଟିରେ ମୁହାଁମୁହିଁ ହୋଇଥିଲେ ଉଭୟ ଦେଶର ଯବାନ । ସୀମା ସ୍ଥିତିରେ ସୁଧାର ପାଇଁ ବାରମ୍ବାର ସେନା କମାଣ୍ଡର ସ୍ତରୀୟ ଆଲୋଚନା ବିଫଳ ହୋଇଥିଲା। ଉଭୟ ଦେଶର ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ NSA ସ୍ତରୀୟ ଆଲୋଚନା ପରେ ଶାନ୍ତି ପାଇଁ ରାସ୍ତା ଫିଟିଥିଲା । ଶେଷରେ 2024 ବ୍ରିକ୍ସ ସମ୍ମିଳନୀରେ ଶାନ୍ତି ପ୍ରସ୍ତାବକୁ ଚୁଡ଼ାନ୍ତ ରୂପ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ସି ଜିନପିଙ୍ଗ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର