ଭାରତର ଅର୍ଥନୈତିକ ବିକାଶକୁ ନେଇ ‘ନାଭିଗେଟିଂ ଦ ଷ୍ଟର୍ମ’ ଶିର୍ଷକ ଏକ ରିପୋର୍ଟ ରିଲିଜ୍ କରିଛି ବିଶ୍ବବ୍ୟାଙ୍କ୍ । ଏହି ଅବସରରେ ଭାରତ କିପରି ନିଜର ଅର୍ଥନୀତିକୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୁଦୃଢ଼ କରିପାରିଛି ସେ ବାବଦରେ ଉଲ୍ଲେଖ କରିଥିଲେ ବିଶ୍ୱବ୍ୟାଙ୍କର ପ୍ରତିନିଧି ।
୧୦ ବର୍ଷ ତଳେ ଭାରତୀୟ ଅର୍ଥନୀତିର ସ୍ଥିତି ଯାହା ଥିଲା ଏବେ ସେଥିରେ ସୁଧାର ଆସିଛି

ଅର୍ଗସ ବ୍ୟୁରୋ: ଭାରତର ଅର୍ଥନୀତି ଏବେ ବେଶ୍ ମଜବୁତ । ୧୦ ବର୍ଷ ତଳେ ଭାରତୀୟ ଅର୍ଥନୀତିର ସ୍ଥିତି ଯାହା ଥିଲା ଏବେ ସେଥିରେ ଯଥେଷ୍ଟ ସୁଧାର ଆସିଛି ବୋଲି ପ୍ରକାଶ କରିଛନ୍ତି ଭାରତରେ ଅବସ୍ଥାପିତ ୱାର୍ଲ୍ଡ ବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର ଅଗଷ୍ଟେ ଟାନୋ କଉମେ । ଭାରତର ଅର୍ଥନୀତି ପାଇଁ ଅନେକ ବାହ୍ୟ କାରଣ ଚ୍ୟାଲେଂଜ୍ ପାଲଟିଥିଲେ ବି ସରକାର ବିଭିନ୍ନ ନୀତି ପ୍ରଣୟନ କରି ଅର୍ଥନୀତିକୁ ଗତିଶୀଳ କରି କରାଇ ପାରିଛନ୍ତି ।
Download Argus News App
