ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି। ଏସସିଓରେ ଭାରତ, ପାକିସ୍ତାନ, ଚୀନ, କାଜାଖସ୍ତାନ, କିର୍ଗିଜସ୍ତାନ, ରୁଷିଆ, ତାଜିକିସ୍ତାନ ଓ ଉଜବେକିସ୍ତାନ ରହିଛନ୍ତି । ଏହି ବୈଠକ ପାଇଁ ଭାରତର ମନ୍ତ୍ରୀମାନେ ନିଜ ନିଜର ପ୍ରତିପକ୍ଷମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହା ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ତାଙ୍କ ପ୍ରତିପକ୍ଷଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି କ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ କରାଯାଇଛି ।
ଏସସିଓ ସମ୍ମିଳନୀ ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

ଅର୍ଗସ ବ୍ୟୁରୋ: ଏପ୍ରିଲ ମାସରେ ଭାରତରେ ଆୟୋଜିତ ହେବ ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ ବା ଏସସିଓ ସମ୍ମିଳନୀ । ଏହି ସମ୍ମିଳନୀ ପାଇଁ ପାକିସ୍ତାନକୁ ଭାରତର ନିମନ୍ତ୍ରଣ । ଆସନ୍ତା ମାସରେ ଦିଲ୍ଲୀରେ ହେବାକୁ ଥିବା ସଂଘାଇ ସହଯୋଗ ସଂଗଠନ ବୈଠକରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଙ୍କୁ ନିମନ୍ତ୍ରଣ ପଠାଇଛି ଭାରତ।
Download Argus News App
