ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ । ମୋଦିଙ୍କ ସମେତ ଅନ୍ୟ ୫୭ ଜଣ ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି । ଦ୍ୱିତୀୟ କ୍ୟବିନେଟ୍ରେ ମୋଦି ମନ୍ତ୍ରୀଙ୍କ ସଂଖ୍ୟା ୭୬ରୁ କମାଇ ୫୮କରିଦେଇଛନ୍ତି । ମୋଦି 2.0 ସରକାରରେ ସୁଷମା ସ୍ୱରାଜ, ମେନକା ଗାନ୍ଧି, ସୁରେଶ ପ୍ରଭୁ, ରାଧା ମୋହନ ସିଂହ, ଅରୁଣ ଜେଟଲୀ ଭଳି ପୁରୁଖା ନେତା ସାମିଲ ହୋଇନାହାନ୍ତି । ଅନ୍ୟପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପ୍ରଥମେ ମୋଦି, ରାଜନାଥଙ୍କ ପରେ ଅମିତ ଶାହ ଶପଥ ଗ୍ରହଣ କରିଥିଲେ । ଅମିତ ଶାହଙ୍କୁ କ୍ୟାବିନେଟରେ ସ୍ଥାନ ଦେବା ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ସେନେଇ ଚର୍ଚ୍ଚା ଚାଲିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରେସ୍ରେ ଜେପି ନଡ୍ଡା ଏବଂ ଭୁପିନ୍ଦର ଯାଦବଙ୍କ ନାଁ ଥିବା କୁହାଯାଉଛି ।
ମୋଦି 2.0 ସରକାର
୧. ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ
୨. ରାଜନାଥ ସିଂହ
୩. ଅମିତ ଶାହା
୪. ନୀତିନ ଗଡକରୀ
୫.ସଦାନନ୍ଦ ଗୌଡ଼ା
୬. ନିର୍ମଳା ସୀତାରମଣ
୭. ରାମ ବିଳାଶ ପାଶ୍ୱଓ୍ଵନ
୮. ନରେନ୍ଦ୍ର ସିଂହ ତୌମାର
୯.ରବି ଶଙ୍କର ପ୍ରସାଦ
୧୦. ହରସିମିରତ କୌର ବାଦଲ୍
୧୧.ଥାବର ଚାନ୍ଦ ଗେହଲତ୍
୧୨. ଏସ୍. ଜୟଶଙ୍କର
୧୩. ରମେଶ ପୋଖରିଆଲ୍
୧୪. ଶ୍ରୀ ଅର୍ଜୁନ ମୁଣ୍ଡା
୧୫. ସ୍ମୃତି ଇରାନୀ
୧୬. ଡକ୍ଟର ହର୍ଷବର୍ଦ୍ଧନ
୧୭. ପ୍ରକାଶ କେଶବ ଜାଓ୍ଵଡ଼େକର
୧୮. ପିୟୁଷ ଗୋଏଲ
୧୯. ଧର୍ମେନ୍ଦ୍ର ପ୍ରଧାନ
୨୦. ମୁକ୍ତାର ଅବାସ ନକ୍ବି
୨୧. ପ୍ରହଲ୍ଳାଦ ଜୋଶୀ
୨୨. ଡକ୍ଟର ମହେନ୍ଦ୍ର ପାଣ୍ଡେ
୨୩. ଡକ୍ଟର ଅରବିନ୍ଦ ଗଣପତ ସାଓ୍ଵନ
୨୪. ଶ୍ରୀ ଗିରିରାଜ୍ ସିଂହ
୨୫. ଗଜେନ୍ଦ୍ର ସିଂହ ଶେଖାଓ୍ଵତ
ରାଷ୍ଟ୍ରମନ୍ତ୍ରୀ: (ସ୍ୱାଧୀନ ପାହ୍ୟା)
୨୬. ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର
୨୭. ରାଓ ଇନ୍ଦ୍ରଜିତ୍ ସିଂହ
୨୮. ଶ୍ରୀପଦ ୟେସୋ ନାଇକ
୨୯. ଡକ୍ଟର ଜିତେନ୍ଦ୍ର ସିଂହ
୩୦. କିରେନ ରିଜିଜୁ
୩୧. ଶ୍ରୀ ପହଲ୍ଳାଦ ସିଂହ ପଟେଲ
୩୨. ରାଜ କୁମାର ସିଂହ
୩୩. ହରଦୀପ ସିଂହ ପୁରୀ
୩୪. ମନସୁଖ ଲକ୍ଷ୍ମଣବାଇ ମାଣ୍ଡବିଆ
ରାଷ୍ଟ୍ରମନ୍ତ୍ରୀ:
୩୫. ଫଗ୍ଗନ ସିଂହ କୁଲସ୍ତେ
୩୬. ଅଶ୍ୱିନୀ କୁମାର ଚୌବେ
୩୭. ଶ୍ରୀ ଅର୍ଜୁନ ରାମ ମେଘଓ୍ଵାଲ
୩୮. ବିକେ ସିଂହ
୩୯. କୃଷ୍ଣ ପାଲ
୪୦. ଦାନବେ ରାଓସାହେବ ଦାଦାରାଓ
୪୧. ଜି. କିସନ ରେଡ୍ଡି
୪୨. ପୁରୁଷୋତ୍ତମ ରୁପାଲା
୪୩. ରାମଦାସ ଆଠବଲେ
୪୪. ସାଧ୍ୱୀ ନିରଞ୍ଜନ ଜ୍ୟୋତି
୪୫. ବାବୁଲ ସୁପ୍ରିୟ
୪୬. ସଞ୍ଜିବ କୁମାର ବାଲ୍ୟାନ
୪୭. ସଞ୍ଜୟ ଧୋତ୍ରେ
୪୮. ଶ୍ରୀ ଅନୁରାଗ ସିଂହ ଠାକୁର
୪୯.ଶ୍ରୀ ଅଙ୍ଗଦି ସୁରେଶ ଚନ୍ନବସପା
୫୦. ଶ୍ରୀ ନିତ୍ୟାନନ୍ଦ ରାୟ
୫୧.ଶ୍ରୀ ରତନ ଲାଲ କଟରିଆ
୫୨. ଶ୍ରୀ ଭି. ମୁରଲୀଧରନ
୫୩. ଶ୍ରୀମତୀ ରେଣୁକା ସିଂହ ସରୁତା
୫୪. ଶ୍ରୀ ସୋମ ପ୍ରକାଶ
୫୫. ଶ୍ରୀ ରାମେଶ୍ୱର ତେଲି
୫୬. ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
୫୭. ଶ୍ରୀ କୈଳାସ ଚୌଧୁରୀ
୫୮. ଶ୍ରୀମତୀ ଦେବଶ୍ରୀ ଚୌଧୁରୀ
