କୋଲକାତା: ମୋଦିଙ୍କୁ ଟକ୍କର ଦେବା ପାଇଁ କୋଲକାତାରେ ମେଳି ହୋଇଛନ୍ତି ବିରୋଧୀ । ଆଗାମୀ ସାଧାରଣ ନିର୍ବାଚନରେ ଏକାଠି ସାମ୍ନା କରିବାର ସତସାହାସ ନଥିବା ଦଳମାନେ ଏବେ କୋଲକାତରେ କରୁଛନ୍ତି ରଣନୀତି ।
ପରଷ୍ପର ବିରୋଧରେ ଲଢୁଥିବା ଦଳ ମାନେ ଏବେ ଗୋଟିଏ ମଞ୍ଚରେ ମୋଦିଙ୍କ ବିରୋଧରେ ଭାଷଣ ମାରୁଛନ୍ତି । ୨୦୧୪ ନିର୍ବାଚନରେ ବିଜେପି ଲହରରେ ବିରୋଧୀମାନେ ଚିତପଟାଙ୍ଗ ମାରିଥିଲେ । ୨୦୧୯ ନିର୍ବାଚନରେ ମୋଦିଙ୍କ ସାମ୍ନା କରିବାର ବାଟ ନପାଇ ୨୦ଟି ଦଳ ମମତାଙ୍କ ନେତୃତ୍ୱରେ କୋଲକାତାରେ ଏକ ବିରାଟ ଜନସଭା ଆୟୋଜନ କରିଛନ୍ତି । ଏଥିରେ ମୋଦିଙ୍କୁ କିଭଳି ସାମ୍ନା କରିବେ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା, ଏସ୍ପିର ନେତା ଅଖିଳେଶ ଯାଦବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ସମେତ ବହୁ ତୁଙ୍ଗ ନେତା ଏକାଠି ହୋଇଛନ୍ତି । ତେବେ ବିଜେଡି ଏହି ବିରୋଧୀ ମହାମେଳିରେ ଯୋଗ ଦେଇ ନାହିଁ ।
ମୋଦି ବିରୋଧୀଙ୍କୁ ଏକାଠି କରିବା ପାଇଁ ପୂର୍ବରୁ ଅନେକ ଥର ଯୋଜନା ହୋଇଥିଲେ ମଧ୍ୟ ବିଫଳ ହୋଇଥିଲା । କିନ୍ତୁ ଏଥର କୋଲକାତାର ବ୍ରିଗେଡ଼ ପ୍ୟାରେଡ଼ ଗ୍ରାଉଣ୍ଡରେ ଆସନ୍ନ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦିଙ୍କ ବିରୋଧରେ ଦିଦି ଦେଇଛନ୍ତି ରଣହୁଙ୍କାର ।
୨୦ଟି ବିପକ୍ଷ ରାଜନୈତିକ ଦଳକୁ ଏକତ୍ରିତ କରି ମମତା ୨୦୧୯ସାଧାରଣ ନିର୍ବାଚନରେ ବିଜେପିକୁ କଡ଼ା ଚ୍ୟାଲେଞ୍ଜ କରିବା ପାଇଁ ଏକ ଜନମତ ସୃଷ୍ଟି କରିବାକୁ ଏଭଳି ମଞ୍ଚ ଗଠନ କରିଛନ୍ତି । ଏହି ରାଲିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଡିଏମକେ ମୁଖ୍ୟ ଏମ କେ ଷ୍ଟାଲିନ, ପୂର୍ବ ବିଜେପି ନେତା ଅରୁଣ ସୌରୀ, ଯଶୋବନ୍ତ ସିହ୍ନା, ଶରଦ ଯାଦବ, ଅରବିନ୍ଦ କେଜରିୱାଲ ପ୍ରମୁଖ ସାମିଲ ହୋଇ ଏନ୍ଡିଏ ସରକାରଙ୍କ ବିରୋଧରେ କଡ଼ା ଟିପ୍ପଣୀ ରଖିଛନ୍ତି । ଏହି ବିରୋଧୀ ରାଲିକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସମର୍ଥନ କରିଛନ୍ତି ।
ଅର୍ଗସ ବ୍ୟୁରୋ: ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ବସ ଝୁଲିରହିଛି । ବସଟି ଅନୁଗୁଳରୁ ଭୁନେଶ୍ୱର ଯାଉଥିଲା। ଏହି ସମୟରେ ବସଟି ବ୍ରିଜ ତଳକୁ ଖସିବାରେ ଲାଗିଲା। ଭଗବାନଙ୍କ କୃପାରୁ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ। ବସଟି ସମ୍ପୂର୍ଣ୍ଣ ଭାବରେ ନଖସି ଅଧାରେ ଝୁଲିରହିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସରୁ ବାହାରି ଆସିଛନ୍ତି। ପରେ ସମସ୍ତେ ପହଞ୍ଚି ଗାଡିକୁ ବାହାର କରିବା ପାଇଁ ଲାଗିପଡିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନବରଙ୍ଗପୁର : ପୁଣି ଓଡିଶା ମୁହାଁ ହୋଇଛନ୍ତି ଛତିଶଗଡ଼ ହାତୀପଲ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ରେ ଛତିଶଗଡ଼ ଉଦନ୍ତୀ ସୀତା ଅଭାୟରଣ୍ୟ ହାତୀପଲ ଓଡ଼ିଶା ଜଙ୍ଗଲ ମଧ୍ୟକୁ ଆସି ଉପଦ୍ରବ କରିଛନ୍ତି । ନବରଙ୍ଗପୁର ଓ ଛତିଶଗଡ ସୀମାନ୍ତ କୁନ୍ଦେଇ ଏବଂ ଖଲାରୀ (ଛତିଶଗଡ) ମଝିରେ ଥିବା ଜଙ୍ଗଲରେ ଛତିଶଗଡ଼ ରୁ ୩୦ ରୁ ୪୦ ହାତୀପଲ ପସିଆସିଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ଗାଁ ମୁଣ୍ଡରେ ହାତୀପଲ
ହାତୀ ପଲ ପଶି ଆସିଥିବାରୁ ସ୍ଥାନୀୟ ଅଞ୍ଚଳର ମକା ଚାଷୀ ଏବଂ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି । ହାତୀପଲ ଦିନରେ ଜଙ୍ଗଲ ମଧ୍ୟରେ ରହୁଛନ୍ତି ରାତି ହେଲେ ମକା କ୍ଷେତ ମଧ୍ୟକୁ ଆସୁଛନ୍ତି ଏବଂ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବେଳେ କୁନ୍ଦେଇ ବନ ବିଭାଗ ହାତୀପଲ ଉପରେ ନଜର ରଖିବା ସହ ଗ୍ରାମବାସୀ ଙ୍କୁ ହାତୀପଲ ର ଅତି ନିକଟତର ନ ହେବାକୁ ସଚେତନ କରୁଛନ୍ତି ।
ଅର୍ଗସ ବ୍ୟୁରୋ: ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ୍ କରିବେ ଦୁଇ କେନ୍ଦ୍ରମନ୍ତ୍ରୀ । ଉତ୍କଳ ବିଶ୍ବବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର୍ଯ୍ୟକ୍ରମରେ ସାମିଲ୍ ହେବେ ।
ଅପରାହ୍ନରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ୪୦ ବର୍ଷ ପୂର୍ତ୍ତି ସମାରୋହରେ ଅତିଥି ଭାବେ ଯୋଗ ଦେବେ । ଅନ୍ୟପଟେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେବାକୁ ଥିବା ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: