ବେଜିଂ ନୂଆ ନାଁ ତାଲିକା ଜାରି କରିବା ପରେ ଚୀନ୍ ଉପରେ ବର୍ଷିଛି ଭାରତ । ଅରୁଣାଚଳ ପ୍ରଦେଶ ଉପରେ ନିଜର ଦାବି ଜାହିର କରିବାକୁ ଯାଇ ବେଜିଂ ରାଜ୍ୟର ୩୦ଟି ସ୍ଥାନର ନୂଆ ନାଁର ଚତୁର୍ଥ ତାଲିକା ଜାରି କରିଛି । ଏପରି ନିଷ୍ପତ୍ତିକୁ ଚୀନର ମୁର୍ଖାମୀ କହି ସମାଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ।
ଅଧିକ ପଢନ୍ତୁ ଭାରତ ଖବର
ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଆଉ ରହିବ ବୋଲି ସେ କହିଛନ୍ତି । ଗୁଜରାଟ ଗସ୍ତରେ ଥିବା ଜୟଶଙ୍କର ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଚୀନ ବିରୋଧରେ ବର୍ଷିଛନ୍ତି । ନିକଟରେ ଅରୁଣାଚଳ ପ୍ରଦେଶର ୧୧ଟି ଆବାସିକ ଅଞ୍ଚଳ, ୧୨ଟି ପାହାଡ, ୪ଟି ନଦୀ, ଗୋଟିଏ ହ୍ରଦ, ଗୋଟିଏ ଅଣ୍ଡରପାସ୍ ଓ ଏକ ଖୋଲା ଜମିର ନାଁ ବଦଳାଇ ଥିଲା ଚୀନ ।