ଅଧିକ ପଢନ୍ତୁ : ୨ପାଇଲଟଙ୍କ ପତ୍ତା ମିଳୁନି
ଚଳିତ ବର୍ଷ ମାତ୍ର ୬୮ ଦିନ ବନ୍ଦ ରହିଥିଲେ ବି ଖୁବ କମ ଦିନ ବ୍ୟବଧାନରେ ଏହି ରାଜପଥକୁ ଯାତାୟାତ ପାଇଁ ଖୋଲାଯାଇଛି । ଏହି ଉଚ୍ଚତମ ରାସ୍ତା ଖୋଲିବାପରେ ଶ୍ରୀନଗରରୁ ଲଦାଖ ଯାତ୍ରା କରିବାର ସମୟ ଓ ଦୂତା କମ ହୋଇଥାଏ । ଏବେ ବି ସେଠାରେ ବରଫପାତ ହେଉଥିବାରୁ ଦୂରସ୍ଥାନରୁ ପର୍ଯ୍ୟଟକମାନେ ଉଚ୍ଚ ରାସ୍ତାରେ ଯାନବାହନରେ ଯାତ୍ରା କରିବାର ରୋମାଂଚକର ଅନୁଭୂତି ସାଉଁଟିଥାନ୍ତି ।
ଶୀତ ଦିନେ ଏହା ପ୍ରାୟ ୩ ମାସ ବନ୍ଦ ରହୁଥିବା ବେଳେ ହେଲିକପ୍ଟର କିମ୍ବା ବିମାନ ମାଧ୍ୟମରେ ସୈନିକଙ୍କ ନିକଟକୁ ଜରୁରୀ ସାମଗ୍ରୀ ପଠାଯାଇଥାଏ । ଏଥିପାଇଁ ସରକାରଙ୍କୁ ମଧ୍ୟ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ । ଜୋଜିଲା ପାସ ବନ୍ଦ ଯୋଗୁଁ ଲଦାଖର ବ୍ୟବସାୟୀଙ୍କୁ ମଧ୍ୟ ଅନେକ କ୍ଷତିର ସମ୍ମୁଖୀନ ହେବାକୁ ପଡୁଥିଲା । ଏବେ ଏହା ଖୋଲିଥିବାରୁ ଏହି ସବୁ ସମସ୍ୟା ଦୂର ହେବ ।