ଅର୍ଗସ ବ୍ୟୁରୋ : ମହିମା ଧର୍ମାବଲମ୍ବୀ ଗାଁ ଅଙ୍ଗାରାବନ୍ଧରେ ମାଗଣା ସ୍ବାସ୍ଥ୍ୟସେବା ଶିବିର । ହାତ ପାହାନ୍ତରେ ଅଞ୍ଚଳବାସୀଙ୍କୁ ନିଶୁକ୍ଳ ସ୍ବାସ୍ଥ୍ୟସେବା ଯୋଗାଇ ଦେଲା ବିକାଶ ଫାଉଣ୍ଡେସନ । ଅନୁଗୁଳ ବ୍ଲକ ଅଙ୍ଗାରାବନ୍ଧ ଠାରେ ବିକାଶ ଫାଉଣ୍ଡେସନର ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ । ବିକାଶ ଫାଉଣ୍ଡେସନ ପକ୍ଷରୁ ଏହି ମେଗା ସ୍ବାସ୍ଥ୍ୟ ସେବା ଶିବିର ଦ୍ବାରା ପ୍ରାୟ ୫୦୦ରୁ ଅଧିକ ଅଞ୍ଚଳବାସୀ ଲାଭନ୍ବିତ ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିଭଳି ଛେଣ୍ଡିପଦା ବ୍ଲକ୍ ଖମାର ବରସାହି ପଞ୍ଚାୟତ କାର୍ଯ୍ୟାଳୟଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଖମାର ବରସାହି ପଞ୍ଚାୟତ ସରପଞ୍ଚ କ୍ଷୀରୋଦିନ୍ ବେହେରା ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ ।
ଭୁବନେଶ୍ବରର ବଡ଼ ବଡ଼ ମେଡ଼ିକାଲରୁ ମେଡିସିନ୍, ଅର୍ଥପେଡି, ଚର୍ମରୋଗ ଆଦି ବିଭାଗର ୮ ଜଣିଆ ଡାକ୍ତର ଟିମ୍ ସହ ନର୍ସ ଓ ଫାର୍ମାସିଷ୍ଟ ରହି ରୋଗୀଙ୍କୁ ପରୀକ୍ଷା ନୀରିକ୍ଷା କରି ମାଗଣାରେ ସମସ୍ତ ଔଷଧ ଦିଆଯାଉଛି ।