ଏହାକୁ IIT MADRASର ଇନକ୍ୟୁବିସନ୍ ସେଣ୍ଟରରେ ବିକଶିତ ତଥା ପ୍ରସ୍ତୁତ କରାଯାଇଛି । ଏହାଦ୍ବାରା ଉପକୃତ ହୋଇପାରିବେ ଦେଶର ପ୍ରାୟ ୧୦୦ କୋଟି ମୋବାଇଲ୍ ବ୍ୟବହାରକାରୀ । ଏହି ଅପରେଟିଂ ସିଷ୍ଟମ୍ ସଫ୍ଟଓ୍ବାରକୁ କମର୍ସିଆଲ ଅଫ୍ ଦି ସେଲ୍ ହ୍ୟାଣ୍ଡସେଟ୍ରେ ଇନଷ୍ଟାଲ କରାଯାଇ ପାରିବ । ସବୁଠୁ ବଡ଼ କଥା ହେଲା ୟୂଜର୍ସଙ୍କ ଗୋପନୀୟତା କିପରି ସୁରକ୍ଷିତ ରହିପାରିବ ସେଥିପ୍ରତି ଗୁରୁତ୍ବ ପ୍ରଦାନ କରାଯାଇଛି ।
ଆଜି ପର୍ଯ୍ୟନ୍ତ ଆମେ ବିଦେଶୀ କମ୍ପାନୀ ପ୍ରସ୍ତୁତ ଅପରେଟିଂ ସିଷ୍ଟମ ବ୍ୟବହାର କରିଆସୁଛେ । BharOS ପ୍ରସ୍ତୁତ ହେବାପରେ ଏହା ଦେଶର ୟୂଜର୍ସଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇପାରିବ । ବିଶେଷ କରି 5G ବ୍ୟବହାରକାରୀଙ୍କ ପାଇଁ ଏହା ଅଧିକ ଉପଯୋଗୀ ହେବ ବୋଲି ଆଶା କରାଯାଉଛି ।