LACରେ ଚୀନର ଦାଦାଗିରି ଉପରେ ଲାଗିବ ରୋକ୍ । ସେହିପରି ପାକିସ୍ତାନରୁ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ କରିବ ପଣ୍ଡ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏହି ଡ୍ରୋନ ନେଇ ହୋଇଥିଲା ଚୁକ୍ତି । ଭାରତକୁ ଆସିଥିଲା ୧୫ଟି ଡ୍ରୋନ୍ । ଏବେ ଆଉ ୩୧ଟି ଡ୍ରୋନ କିଣିବ ଭାରତ । ଏହି ଡ୍ରୋନର ବିଶେଷତ୍ବ ହେଲା ଏହା ପ୍ରାୟ 35 ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ । ଏକ ସମୟରେ ୧ ହଜାର ୯୦୦ କିଲୋମିଟର କ୍ଷେତ୍ର ଉପରେ ନଜର ରଖିପାରିବ । ସ୍ବତନ୍ତ୍ର ଟେକ୍ନୋଲୋଜି ଦ୍ବାରା ପରିଚାଳିତ ଏହି ମାନବବିହୀନ ଡ୍ରୋନ୍ ଏହାର ଇଲେକ୍ଟ୍ରିକ୍ ସେନସର ସାହାଯ୍ୟରେ ଶତ୍ରୁକୁ ଚିହ୍ନିବାରେ ସକ୍ଷମ । 40 ହଜାର ଫୁଟି ଉଚ୍ଚରେ ଉଡ଼ାଣ ଭରି ପାରିବ MQ9 ପ୍ରେଡେଟର ଡ୍ରୋନ୍।
ସ୍ଥଳଭାଗରେ ମିସାଇଲ ଆଟାକ୍ କରି ରଚିପାରିବ ତାଣ୍ଡବ ଲୀଳା । ସବମରିନ୍ କୁ ଖୋଜି ଧ୍ୱଂସ କରିପାରିବ ଏହି ଉଡନ୍ତା ଶିକାରୀ । ଏପରିକି ବାରୁଦ ସୁଡ଼ଙ୍ଗକୁ ଖୋଜି ବାହାର କରିବାରେ ବି ମାହିର ଏହି ଡ୍ରୋନ୍ । ଏଥିରେ ଲାଗିଛି କ୍ୟାମେରା ଇନଫ୍ରାରେଡ୍ ସେନସର ରାଡାର । ଯାହା ଶତ୍ରୁକୁ ପାତାଳରୁ ବି ଖୋଜି ବାହର କରିଦେବ । ସେହିପରି ବିଧ୍ବସକ AGM-114 ହେଲିଫାୟାର ମିସାଇଲ୍ସ ଖଞ୍ଜାଯାଇଛି ଏହି ଡ୍ରୋନରେ । ତାସହ ଡ୍ରେନରେ ରହିଛି GBU 12 ଓ GBU 38 ବମ୍ ।