ଅଧିକ ପଢନ୍ତୁ : ହୋମଗ୍ରାଉଣ୍ଡରେ କଙ୍ଗାରୁ ଟିମକୁ ଧୂଳି ଚଟାଇବାକୁ ନେଟ୍ ପ୍ରାକ୍ଟିସ ଆରମ୍ଭ କରିଛି ଦଳ
ଦୁଇ ବରିଷ୍ଠ ଅଲ୍ରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମିଚେଲ୍ ମାର୍ସ ମଧ୍ୟ ଏହି ଶୃଙ୍ଖଳାରେ ଦଳକୁ ଫେରିଛନ୍ତି। ଅନ୍ୟପଟେ ପ୍ରଥମ ଦିନିକିଆରେ ଖେଳିବେନି ଭାରତର ଅଧିନାୟକ ରୋହିତ ଶର୍ମା । ତାଙ୍କ ବଦଳରେ ନେତୃତ୍ବ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା । ଏହା ପୂର୍ବରୁ ହାର୍ଦ୍ଦିକ ଭାରତୀୟ ଟି-ଟି୨୦ ଦଳର ନେତୃତ୍ଵ ନେଇ ସାରିଛନ୍ତି । ତେବେ ଦ୍ବିତୀୟ ଦିନିକିଆଠୁ ରୋହିତ ଶର୍ମା ଦଳକୁ ଫେରିବା । ପ୍ରଥମ ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚ୍ ମାର୍ଚ୍ଚ୨୨ରେ ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିଅମରେ ଖେଳାଯିବ ।