ଯେତେବେଳେ ୟୁରୋପୀୟ ୟୁନିଅନର ଏହି ଦୁଇ ନେତା ଗୁରୁବାର ଦିନ ସାକ୍ଷାତ ହୋଇ କରୋନା ଭୂତାଣୁ ସହ ଜଡିତ ଯାତ୍ରା ପ୍ରତିବନ୍ଧକ ବିଷୟରେ ଆଲୋଚନା କରିଥିଲେ, ସେତେବେଳେ ସେମାନେ ପରସ୍ପରକୁ 'ନମସ୍ତେ' କରି ଅଭିବାଦନ ଜଣାଇଥିଲେ। ଭାରତୀୟ ସଂସ୍କୃତିରେ ମାକ୍ରୋନ୍ ଏବଂ ମର୍କେଲ ପରସ୍ପରକୁ ଅଭିବାଦନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ସାଧାରଣତଃ ପାଶ୍ଚାତ୍ୟ ଦେଶର ନେତାମାନେ ଅଭିବାଦନ କରିବା ବେଳେ ହାତ ମିଳାନ୍ତି କିମ୍ବା ଆଲିଙ୍ଗନ କରନ୍ତି, କିନ୍ତୁ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସେମାନେ ବର୍ତ୍ତମାନ ପାଇଁ ଭାରତୀୟ ସଂସ୍କୃତିକୁ ଗ୍ରହଣ କରିଛନ୍ତି। ତେବେ ମାର୍ଚ୍ଚ ଆରମ୍ଭରେ ଇମାନୁଏଲ୍ ମାକ୍ରନ୍ ପ୍ୟାରିସର ଏଲିସି ପ୍ୟାଲେସରେ ସ୍ପେନର କିଙ୍ଗ ଫେଲିପ ଏବଂ ରାଣୀ ଲେଟିଜିଆଙ୍କୁ ହାତ ଯୋଡି ସ୍ୱାଗତ କରିଥିଲେ। ସେତେବେଳେ ନୂଆଦିଲ୍ଲୀରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନେନ ତାଙ୍କ ଟ୍ୱିଟରେ କହିଥିଲେ ଯେ ରାଷ୍ଟ୍ରପତି ମାକ୍ରୋନ୍ ତାଙ୍କର ସମସ୍ତ ଅତିଥିଙ୍କୁ ନମସ୍ତେ କରି ସ୍ୱାଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି। 2018 ରେ ତାଙ୍କର ଭାରତୀୟ ଗସ୍ତ ସମୟରେ ସେ ଭାରତୀୟ ଅଭିବାଦନ ସଂସ୍କୃତି ସହ ପରିଚିତ ହୋଇଥିଲେ।