ଏଥିସହ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ପରିବହନ ମନ୍ତ୍ରଣାଳୟ ସହ ମିଶି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭାରତୀୟ ନୌସେନା ଦେଶର ସାମରିକ ଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଦେଶର ସାମୁଦ୍ରିକ ସୀମା ସୁରକ୍ଷା କରିବାରେ ନୌସେନାର ଯବାନମାନେ ନିୟୋଜିତ ଅଛନ୍ତି । ଭାରତର ଅନ୍ତର୍ଜାତୀୟ ସମ୍ପର୍କକୁ ମଜବୁତ କରିବାରେ ଭାରତୀୟ ନୌସେନାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।
୧୯୭୧ରେ ଭାରତୀୟ ସେନା ସ୍ୱଳ୍ପ ସମ୍ବଳରେ ନିଜର ପରାକ୍ରମ ଦେଖାଇଥିଲା । ହେଲେ ସମୟ ବିତିବା ସହ ଭାରତୀୟ ନୌସେନା ଆହୁରି ଶକ୍ତିଶାଳୀ ହୋଇଛି । ବର୍ତ୍ତମାନ ଭାରତୀୟ ନୌସେନା ପାଖରେ ଅନେକ ପ୍ରକାରର ଉନ୍ନତ ଜ୍ଞାନକୌଶଳରେ ସୁଖଚିତ ଯୁଦ୍ଧ ଜାହାଜ, ବୁଡ଼ାଜାହାଜ ଓ ଆଟାକିଂ ମିସାଇଲ ରହିଛି । ଯଦି ବିଶ୍ୱର ବିଭିନ୍ନ ଦେଶର ନୌସେନାର ଶକ୍ତିକୁ ଆକଳନ କରାଯାଏ । ତା' ହେଲେ ଭାରତ ଚତୁର୍ଥ ସ୍ଥାନରେ ରହିଛି।