ବିଶ୍ବର ୭୬ ଟି ଦେଶର ପ୍ରାୟ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ନତାଶା ସବୁଠୁ ପ୍ରତିଭାଶାଳୀ ବା WORLD’S BRIGHTEST STUDENT ଭାବରେ ବଛା ଯାଇଛନ୍ତି । ଏଥିପାଇଁ ଏକ ସ୍ବତନ୍ତ୍ର ପରୀକ୍ଷା କରା ଯାଇଥାଏ ଏବଂ ମାର୍କ ଆଧାରରେ ବିଶ୍ବର ସବୁଠୁ ଯୋଗ୍ୟତମ ଛାତ୍ର ବା ଛାତ୍ରୀ ଚୟନ କରା ଯାଇଥାଏ । ୧୩ ବର୍ଷୀୟା ନତାଶାଙ୍କ ପରିବାର ଭାରତର ଚେନ୍ନାଇରୁ ଆମେରିକା ଯାଇଥିବା ବେଳେ ସେ ଏବେ ନ୍ୟୁ ଜର୍ସିର ଏକ ସ୍କୁଲରେ ଅଧ୍ୟୟନ କରୁଛନ୍ତି ।
ଭାରତ ପାଇଁ ଗୌରବ ଆଣିଲେ ବିଦେଶରେ ପଢ଼ୁଥିବା ଭାରତୀୟ ଛାତ୍ରୀ

ଅର୍ଗସ ବ୍ୟୁରୋ : ଭାରତ ପାଇଁ ଗୌରବ ଆଣିଲେ ବିଦେଶରେ ପଢ଼ୁଥିବା ଭାରତୀୟ ଛାତ୍ରୀ । ବିଶ୍ବର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ନତାଶା ପେରିୟାନାୟଗମ୍ । କ୍ରମାଗତ ଭାବରେ ଦ୍ବିତୀୟ ଥର ପାଇଁ ସେ ଏହି ଗୌରବ ହାସଲ କରିଛନ୍ତି । ଏନେଇ ଘୋଷଣା କରିଛି ଆମେରିକାର ଜନ୍ ହପକିନ୍ସ ସେଣ୍ଟର୍ ଫର୍ ଟ୍ୟାଲେଣ୍ଟେଡ୍ ୟୂଥ୍ ବା ସିଟି ।
Download Argus News App
