ଏହି ଭାଇରାଲ ଭିଡିଓରେ ଘର ଗୁଡ଼ିକ ବହୁତ ଭଲ ଭାବେ ସଜା ହୋଇଛି। ନାତିନାତୁଣୀଙ୍କୁ ଗ୍ରାଣ୍ଡ ଓ୍ବେଲକମ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ସହିତ ବିମାନବନ୍ଦରରୁ ଘରକୁ ଅଣାଯାଇଥିଲା। କୁହାଯାଉଛି ଯେ, ଏହି ବିଶେଷ ଉତ୍ସବରେ ଆଶୀର୍ବାଦ ପାଇଁ ଅନେକ ବ୍ରାହ୍ମଣ ଉପସ୍ଥିତ ଥିଲେ। ଭାଇରାଲ ରିପୋର୍ଟରେ କୁହାଯାଉଛି କି ଏହି ବିଶେଷ ଉତ୍ସବରେ ଅମ୍ବାନୀ ପରିବାର ପ୍ରାୟ ୩୦୦ କିଲୋଗ୍ରାମ ସୁନା ଅର୍ପଣ କରିବେ। କେବଳ ଏତିକି ନୁହେଁ ଇଶାଙ୍କ ପାଇଁ ଦେଶର ପ୍ରସିଦ୍ଧ ମନ୍ଦିରରୁ ପିଲାମାନଙ୍କ ପାଇଁ ପ୍ରସାଦ ମଧ୍ୟ ଅଣାଯାଇଛି। ଯେଉଁଥିରେ ତିରୁପତି ବାଲାଜୀଙ୍କୁ ଶ୍ରୀ ଦ୍ବାରକାଧୀଶ ମନ୍ଦିର ପର୍ଯ୍ୟନ୍ତ ସାମିଲ କରାଯାଇଛି।
ଯମଜ ସନ୍ତାନ ସହ ମୁମ୍ବାଇ ଫେରିଲେ ଇଶା ଅମ୍ବାନୀ

ଅର୍ଗସ ବ୍ୟୁରୋ: ପ୍ରସିଦ୍ଧ ବିଜନେସମ୍ୟାନ ତଥା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ତାଙ୍କ ଜାଆଁଳା ସନ୍ତାନ ସହ ଭାରତ ଫେରିଛନ୍ତି। ଇଶା ଏବଂ ଆନନ୍ଦ ପିରାମଲଙ୍କ ଯାଆଁଳା ପିଲାଙ୍କ ନାମ ହେଉଛି କୃଷ୍ଣ ଆନନ୍ଦ ପିରାମଲ ଏବଂ ଝିଅର ନାଁ ଆଦିଆ ଆନନ୍ଦ ପିରାମଲା। ଗତ ନଭେମ୍ବର ୧୯ରେ ଈଶା ଯମଜ ସନ୍ତାନକୁ ଜନ୍ମ ଦେଇଥିଲେ। ପିଲାମାନେ ଏକ ମାସର ହୋଇଛନ୍ତି। ବର୍ତ୍ତମାନ ପିଲାମାନେ ଏକ ମାସର ହେବାପରେ ପିଲାମାନଙ୍କ ସହିତ ମୁମ୍ବାଇ ଫେରିଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଅମ୍ବାନୀ ଏବଂ ପିରାମଲ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଆଦିଆ ଏବଂ କ୍ରିଷ୍ଣା ବହୁତ ଭଲ ଅଛନ୍ତି।
Download Argus News App
