ଘର
ଭାରତ
ଚନ୍ଦ୍ରଯାନ 3ରେ ବ୍ୟବହୃତ ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିଲା ଇସ୍ରୋ
ଚନ୍ଦ୍ରଯାନ 3ରେ ବ୍ୟବହୃତ ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିଲା ଇସ୍ରୋ
by Smruti Parija
ଅର୍ଗସ ବ୍ୟୁରୋ: ମହାକାଶ ଗବେଷଣାରେ ଇସ୍ରୋକୁ ବଡ଼ ସଫଳତା । ଚନ୍ଦ୍ରୟାନ 3 ରେ ବ୍ୟବହାର ହୋଇଥିବା ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିବାରେ ଇସ୍ରୋ ସଫଳ ହୋଇଛି । ଚନ୍ଦ୍ରଯାନ ଥ୍ରୀକୁ ଚନ୍ଦ୍ର କକ୍ଷରେ ପହଞ୍ଚାଇବାରେ ସଫଳ ଭୂମିକା ନେଇଥିବା ପ୍ରୋପଲସନ ମଡ୍ୟୁଲ, ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ର କକ୍ଷରେ ବୁଲୁଥିଲା । ଏହାକୁ ଫେରାଇ ଆଣିବାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସଫଳ ହୋଇଛି ।
ଅଵତରଣ ପୂର୍ଵରୁ ସାମ୍ନାକୁ ଆସିଲା ଚନ୍ଦ୍ରର ଆଉ ଏକ ଫଟୋ
ତେବେ କେବଳ ଚନ୍ଦ୍ର ପୃଷ୍ଟକୁ ପ୍ରେରଣ ନୁହେଁ ଏଥର ଫେରାଇ ଆଣିବାର କ୍ଷମତା ମଧ୍ୟ ରଖୁଛି ଇସ୍ରୋ । ତେବେ ଚନ୍ଦ୍ର ପୃଷ୍ଠରେ ଥିବା ଲ୍ୟାଣ୍ଡର ଓ ରୋଭର ଫ୍ରିଜ୍ ହୋଇନଥିବାରୁ ସେମାନଙ୍କୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଉଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଜୁଲାଇ ୧୪ରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନଙ୍କୁ ନେଇ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ସ୍ପେଶକ୍ରାଫ୍ଟ । ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା ।
ସଫଳ ଲ୍ୟାଣ୍ଡିଂ ପରେ ଏବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନ କ'ଣ କରିବେ ?