ଗୋଟିଏ ମିଶନ, କିନ୍ତୁ ୨ଟି ପର୍ଯ୍ୟାୟ ପାଇଁ ବ୍ୟବହୃତ ହେବ ୨ଟି ଭିନ୍ନ ଭିନ୍ନ ରକେଟ୍ । ଚତୁର୍ଥ ଚନ୍ଦ୍ର ଅଭିଯାନ ବା ଚନ୍ଦ୍ରଯାନ-୪ ପାଇଁ ଏଭଳି ଯୋଜନା କରିଛି ଇସ୍ରୋ । ପୂର୍ବରୁ ସରିଥିବା ୩ଟି ଚନ୍ଦ୍ରଯାନ ମିଶନରେ ଗୋଟିଏ ରକେଟ୍ ବ୍ୟବହାର ହୋଇଥିଲା । ତେବେ ଚତୁର୍ଥ ମିଶନ ପାଇଁ ପ୍ରଥମ ଥର ଏଭଳି ଜଟିଳ ପ୍ରକ୍ରିୟା ଆପଣାଇ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ୨୦୨୮ ପୂର୍ବରୁ ଏହାକୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ସୂଚନା ଅନୁସାରେ, ଚନ୍ଦ୍ରଯାନ-୪ କେବଳ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବନି, ବରଂ ସେଠୁ ମାଟିର ନମୁନା ଧରି ପୁଣି ଭାରତକୁ ଫେରିବ। ଏଥିପାଇଁ ସେଥିରେ ୫ଟି ମୁଖ୍ୟ ଅଂଶ ବା ମଡ୍ୟୁଲ ରହିବ । ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲ୍ସନ ମଡ୍ୟୁଲ ଥିଲା । ତେବେ ଚନ୍ଦ୍ରଯାନ-୪ରେ ରହିବ ପ୍ରପଲ୍ସନ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ, ଆସେଣ୍ଡର୍ ମଡ୍ୟୁଲ, ଟ୍ରାନ୍ସଫର ମଡ୍ୟୁଲ ଏବଂ ରି-ଏଣ୍ଟ୍ରିଂ ମଡ୍ୟୁଲ। ପ୍ରଥମ ପର୍ଯ୍ୟାୟରେ ଭାରତର ସବୁଠୁ ଶକ୍ତିଶାଳୀ ରକେଟ୍ LVM-3 ସାହାଯ୍ୟରେ ପ୍ରପଲ୍ସନ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ ଓ ଆସେଣ୍ଡର୍ ମଡ୍ୟୁଲ ପଠାଯିବ। ଏହାର କିଛି ଦିନ ପରେ ଦ୍ବିତୀୟ ପର୍ଯ୍ୟାୟରେ PSLV ରକେଟରେ ଟ୍ରାନ୍ସଫର ମଡ୍ୟୁଲ ଏବଂ ରି-ଏଣ୍ଟ୍ରିଂ ମଡ୍ୟୁଲ ପଠାଇବ ଇସ୍ରୋ। ଏହା ସଫଳ ହେଲେ ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ନମୁନା ସଂଗ୍ରହ କରିବାରେ ଭାରତ ଚତୁର୍ଥ ଦେଶର ମାନ୍ୟତା ହାସଲ କରିବ।
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6 ଗୁରୁତରଙ୍କ ସମେତ ସମସ୍ତ ଆହତଙ୍କୁ ସ୍ଥାନୀୟ ବଡ଼ଗାମ ହସପିଟାଲ ଏବଂ SDH ଖାନ ହସପିଟାଲରେ ଭର୍ତ୍ତି କରାଯାଇଛି ।
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ ଯବାନ । ବଡ଼ଗାମର ବ୍ରେଲ୍ ୱାଟର ହେଲ ଅଞ୍ଚଳରେ 4 ଶହ ଫୁଟ ଖାଇକୁ ଖସି ପଡ଼ିଥିଲା ବସ । ଦୁର୍ଘଟଣାଗ୍ରସ୍ତ ବସରେ ମୋଟ 35 ଜଣ ଯବାନ ଥିଲେ ।
#WATCH | J&K: 32 BSF personnel injured and 3 lost their lives after their bus rolled down a hilly road and fell into a gorge in Brell Waterhail area of Central Kashmir's Budgam district. Driver of the bus also injured. The bus was engaged in election duty. https://t.co/NPccSx5xrZ pic.twitter.com/d4N60b6qxr — ANI (@ANI) September 20, 2024