ଖାସକରି ଛତିଶଗଡ଼କୁ ଲାଗି ରହିଥିବା ଉତ୍ତର ଏବଂ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ବର୍ଷା ଆସନ୍ତାକାଲି ମଧ୍ୟ ଜାରି ରହିବ। କିନ୍ତୁ ଏହା ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବ। ଛତିଶଗଡ଼ ଅମ୍ବିକାପୁରରୁ 80 କିମି ଦୂରରେ ରହିଛି ବର୍ତ୍ତମାନ ଲଘୁଚାପ।
ଏହା 12 କିମି ପ୍ରତି ଘଣ୍ଟାରେ ଗତି କରି ମଧ୍ୟପ୍ରଦେଶ ଆଡ଼କୁ ଗତି କରୁଛି । ଏହାର ପ୍ରଭାବ ଧୀରେ ଧୀରେ କମିବା ସହିତ ବର୍ଷା ମଧ୍ୟ କମିବାରେ ଲାଗିଛି। ଆସନ୍ତା କାଲି ଏହାର ପ୍ରଭାବ ଆହୁରି କମିଯିବ। ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।