ଘର
ଭାରତ
ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ
ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ
by Smruti Parija
Delhi
| Wed, Dec 18 | 7:45 p.m.
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ ଏବଂ ଅଳ୍ପସଂଖ୍ୟକ ଅଧିକାର ଦିବସ ନେଇ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଆମ ଦେଶ ସମ୍ବିଧାନର ଗୈରବମୟ 75ବର୍ଷ ପୂର୍ତ୍ତି ହୋଇଛି । ଇଏ ସେହି ସମ୍ବିଧାନ ଯିଏ ଦେଶର ଅଳ୍ପସଂଖ୍ୟକମାନଙ୍କୁ ସମ୍ମାନପୂର୍ବକ ଜୀବନ ବଞ୍ଚିବାକୁ ଅଧିକାର ଦେଇଛି । ଶିକ୍ଷା ମାଧ୍ୟମରେ ଅଳ୍ପସଂଖ୍ୟକମାନଙ୍କୁ ସୁନ୍ଦର ଜୀବନ ଯାପନ କରିବାର ଅଧିକାର ଦେଇଛି ।
ଏଥିପାଇଁ ଏହି ଆୟୋେଗ ଗଠନ ହୋଇଥିଲା । ଗତ ସାଢେ 10ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସରକାର ବିନା ଭେଦଭାବରେ ସବକା ସାଥ ସବକା ବିକାଶ ନୀତିରେ ବିଶ୍ବାସ କରିଛନ୍ତି । ବଞ୍ଚିତ ମାନଙ୍କୁ ଆବାସ, ମାଗଣା ରାସନ, ବ୍ୟାଙ୍କ ଖାତା, ଗ୍ୟାସ ସିଲିଣ୍ଡର ପ୍ରଦାନ କରିଛନ୍ତି । ଆମ ପାଇଁ ଜାତି ଓ ଧର୍ମ ପ୍ରମୁଖ ଆଧାର ନୁହେଁ, ବରଂ 4ଟି ବର୍ଗକୁ ଆମ ସରକାର ଗୁରୁତ୍ବ ଦେଇଆସିଛି । ଗରିବ, ଚାଷୀ, ମହିଳା ଓ ଯୁବ ବର୍ଗ ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ । ଜାତୀୟ ଶିକ୍ଷାନୀତିର କ୍ରିୟାନ୍ବୟନ ବର୍ତ୍ତମାନ ସମୟର ଡିମାଣ୍ଡ ।