ପରବର୍ତୀ ସମୟରେ ଜଣା ପଡିଲା ଯେ କେବଳ ଜାମତଡା ଜିଲ୍ଲାରେ ହିଁ ଏପରି ଘଟି ନାହିଁ । ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିଜ ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ମାନ ଘଟିଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ହେଉଛି ଦୁମକା । ଏହି ଜିଲ୍ଲାରେ 33ଟି ସରକାରୀ ସ୍କୁଲ ଏପରି ରହିଛି ଯେଉଁଥିରେ ସ୍କୁଲ ଗୁଡିକର ନାମ ଆଗରେ ଉର୍ଦୁ ସ୍କୁଲ ଯୋଡି ଦିଆ ଯାଇଛି । ମୁସଲମାନ ବହୁଳ ଅଂଚଳରେ ଥିବା ଏହି ସରକାରୀ ସ୍କୁଲ ମାନଙ୍କରେ ମଧ୍ୟ ରବିବାର ବଦଳରେ ଶୁକ୍ରବାର ଦିନ ଛୁଟି ହେଉଛି ।
ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହା ଯାଇଛି ଯେ ଏହି ସ୍କୁଲର ମଧ୍ୟାହ୍ନ ଭୋଜନ ମେନ୍ୟୁରେ ଲେଖା ଯାଇଛି ଯେ ଏଠାରେ ରବିବାର ଦିନ ଖାଦ୍ୟ ବିତରଣ କରାଯାଇଥାଏ ଓ ଜୁମ୍ମା ଅର୍ଥାତ ଶୁକ୍ରବାର ଦିନ ସ୍କୁଲ ବନ୍ଦ ରହେ । ପ୍ରଶାସନକୁ ସୂଚନା ନ ଦିଆ ଯାଇ ଏହି ସ୍କୁଲ ଗୁଡିକୁ ଉର୍ଦ୍ଦୁ ସ୍କୁଲ କରି ଦିଆଯାଇଛି, କାରଣ ଏହି ଅଂଚଳରେ ମୁସଲମାନ ମାନଙ୍କ ସଂଖ୍ୟା ଅଧିକ ।
ମୁସଲମାନ ବହୁଳ ଅଂଚଳରେ ଯେ କେବଳ ରବିବାର ବଦଳରେ ଜୁମା ଅର୍ଥାତ ଶୁକ୍ରବାର ଦିନ ସ୍କୁଲ ଛୁଟି କରିବାକୁ ବାଧ୍ଯ କରାଯାଉଛି ତା ନୁହେଁ ହାତ ଯୋଡି ପ୍ରାର୍ଥନା କରିବାର ପରମ୍ପରାକୁ ବଦଳାଇ ଦିଆଯିବାର ଚାଂଚଲ୍ୟକର ଖବର ମଧ୍ୟ ସାମନାକୁ ଆସିଛି । ଝାଡଖଣ୍ଡରେ ହିଁ ଗଢୱା ଜିଲ୍ଲାରେ ମୁସଲମାନ ବହୁଳ ଗାଁର ସ୍କୁଲରେ କଟ୍ଟରପନ୍ଥୀ ମୁସଲମାନ ମାନେ ହାତ ଯୋଡି ପ୍ରାର୍ଥନାକୁ ବନ୍ଦ କରାଇଛନ୍ତି । ଏହା ମଧ୍ୟ ବର୍ତମାନ ଗଣମାଧ୍ୟମର ଚର୍ଚାର କେନ୍ଦ୍ର ବିନ୍ଦୁରେ ରହିଛି
ଝାଡଖଣ୍ଡରେ ଯେଉଁ ସବୁ ଘଟଣା ଗତ କିଛି ଦିନ ମଧ୍ୟରେ ଘଟିଛି ତାହା ଅତ୍ୟନ୍ତ ଉଦବେଗଜନକ । ଏହି ଘଟଣାରୁ ସାଧାରଣ ଭାବେ କିଛି ନିଷ୍କର୍ଷ ବାହାର କରା ଯାଇ ପାରେ । ପ୍ରଥମଟି ହେଲା କୌଣସି ସ୍ଥାନର ଡେମୋଗ୍ରାଫିରେ ପରିବର୍ତନ ଘଟିଲେ ଏପରି ଘଟଣା ସାମନାକୁ ଆସିବ । ଭାରତର ସମ୍ବିଧାନରେ ଯାହା ଲେଖା ହୋଇ ଥାଉ ନା କାହିଁକି ଇସଲାମିଷ୍ଟ ଶକ୍ତି ମାନେ ସଂଖ୍ୟା ବଳ ଆଧାରରେ ବଳ ଓ ଚାପ ପ୍ରୟୋଗ କରି ଧୀରେ ଧୀରେ ଦେଶର ରେ ଚାଲିଥିବା ବ୍ୟବସ୍ଥା ଓ ପରମ୍ପରାକୁ ବଦଳାଇବାକୁ ଚେଷ୍ଟା କରିବେ । ଧୀରେ ଧୀରେ ସେମାନେ ଶରିଆ ଆଇନ ଲାଗୁ କରିବାକୁ ପ୍ରୟାସ କରିବେ । ଝାଡଖଣ୍ଡରେ ମୁସଲମାନ ବହୁଳ ଗାଁ ମାନଙ୍କରେ ଘଟିଥିବା ଏହି ଘଟଣା ଏହାକୁ ସ୍ପଷ୍ଟ ସଂକେତ କରୁଛି ।
ଏହି ଘଟଣା ମାନ ଆଉ ଏକ ଦିଗକୁ ମଧ୍ୟ ସଂକେତ କରୁଛି । ତାହା ହେଲା 1947 ମସିହାରେ ଭାରତକୁ ବିଭାଜନ କରି ଇସଲାମୀ ଦେଶ ପାକିସ୍ତାନ ତିଆରି କଲେ । ଭାରତ ବିଭାଜନ କରି ମୁସଲମାନ ଦେଶ ତିଆରି କରି ମଧ୍ୟ ସେମାନେ ସନ୍ତୁଷ୍ଟ ହୋଇ ନାହାନ୍ତି । ସେତେବେଳ ଯେଉଁ ମାନେ ଭାରତରେ ରହି ଗଲେ ସେମାନଙ୍କ ମନରେ ଭାରତର ସମ୍ପୂର୍ଣ ଇସଲାମୀକରଣର ସ୍ବପ୍ନ ଏବେ ବି ରହିଛି । ଯେଉଁଠାରେ ସେମାନଙ୍କର ସଂଖ୍ୟା ବଢୁଛି ସେଠାରେ ସେମାନେ ତାଙ୍କ ମନରେ ଥିବା ଭାରତର ଇସଲାମୀକରଣର ସ୍ବପ୍ନକୁ ସାକାର କରିବାକୁ ପ୍ରୟାସ କରୁଛନ୍ତି । ସ୍କୁଲ ମାନଙ୍କରେ ରବିବାର ଛୁଟି ବଦଳରେ ଜୁମାରେ ଜୋର ଜବରଦସ୍ତି ଛୁଟି କରାଇବା ବା ହାତ ଯୋଡି ପ୍ରାର୍ଥନାକୁ ବନ୍ଦ କରାଇବା ସେମାନଙ୍କର ଏହି ପ୍ରୟାସର ଅଂଶବିଶେଷ ।
ଏହି ଘଟଣା ଗୁଡିକରୁ ସ୍ପଷ୍ଟ ହେଉଛି ଯେ ଏହା ସୁଚିନ୍ତିତ ଓ ସୁନିୟୋଜିତ ଭାବେ କରାଯାଉଛି । ଏହା ଅତ୍ୟନ୍ତ ଗୁରୁତର ବିଷୟ ଓ ଦେଶର ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ ବିଷୟ ହୋଇଥିବାରୁ ଏହାକୁ ହାଲକା ଭାବେ ନିଆଯିବା ଉଚିତ ନୁହେଁ । ଏହା ପଛରେ କେଉଁ ଶକ୍ତି ମାନେ ଅଛନ୍ତି ତାହାକୁ ଚିହ୍ନଟ କରିବା ଆବଶ୍ୟକ । ଏମାନଙ୍କୁ କେଉଁ ଠାରୁ ବୈଚାରିକ ଓ ଆର୍ଥିକ ସହଯୋଗ ମିଳୁଛି ତାର ମଧ୍ୟ ଜାଂଚ କରି ଏ ବାବଦରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକ ।