ପ୍ରତ୍ୟେକ ବର୍ଗର ହିତକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି । ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେଉଁମାନେ ବିଜେପିର ଆଦର୍ଶକୁ ବିରୋଧ କରନ୍ତି ସେମାନେ ମଧ୍ୟ ଏହି ବଜେଟକୁ ସ୍ବାଗତ କରିଛନ୍ତି । ବୈଠକରେ ଲୋକସଭା ନିର୍ବାଚନ ନେଇ ସାଂସଦମାନଙ୍କୁ ଲୋକଙ୍କ ସହ ରହିବାକୁ ନିର୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ ଲୋକଙ୍କ ସହ ରହିବା ଉଚିତ ବୋଲି କହିଛନ୍ତି ମୋଦି ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ
ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅଭିନନ୍ଦନ ସହ ସମ୍ବର୍ଦ୍ଧିତ କଲେ ବିଜେପି ରାଷ୍ଟ୍ରୀୟ ସଭାପତି

ଅର୍ଗସ ବ୍ୟୁରୋ : 2023 କେନ୍ଦ୍ର ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅଭିନନ୍ଦନ ସହ ସମ୍ବର୍ଦ୍ଧିତ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡା । ଆଜି ବିଜେପି ସଂସଦୀୟ ଦଳର ବୈଠକ ପାଇଁ ସଂସଦରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ବଜେଟରେ ଗରିବଙ୍କ ସ୍ବାର୍ଥକୁ ପ୍ରାଥମିକତା ଦିଆଯାଇଛି ।
Download Argus News App
