ଅଧିକ ପଢନ୍ତୁ : ମେ’ ୧୦ରେ ନିର୍ବାଚନ, ୧୩ରେ ହେବ ଭୋଟ ଗଣତି
ନିର୍ବାଚନ ତାରିଖ ଘୋଷଣା ହେଉହେଉ ଆରମ୍ଭ ହୋଇସାରିଛି ବଳକଷାକଷି । ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ପୁଣିଥରେ ସରକାର ଗଠନ କରିବା ନେଇ ଦୃଢ଼ୋକ୍ତି ବାଢ଼ିବା ସହ ନିର୍ବାଚନ ପାଇଁ ବିଜେପି ସବୁବେଳେ ପ୍ରସ୍ତୁତ ଏବଂ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ପୁଣି ଥରେ ସରକାର ଗଠନ କରିବ ବୋଲି କହିଛନ୍ତି । ସେପଟେ ନିର୍ବାଚନ ପାଇଁ ଆମେ ବି ପ୍ରସ୍ତୁତ, ଏହି ନିର୍ବାଚନ ବିକାଶ ପ୍ରସଙ୍ଗରେ ଲଢ଼ାଯିବ ବୋଲି କହିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖିଆ ଡିକେ ଶିବକୁମାର ।
ଏପଟେ ନିର୍ବାଚନ ତାରିଖ ଘୋଷଣା ସେପଟେ ବିବାଦରେ କର୍ଣ୍ଣାଟକ କଂଗ୍ରେସ ମୁଖିଆ । ଏକ ରାଲିରେ ୫୦୦ ଟଙ୍କିଆ ନୋଟ ଉଡାଉଥିବା ଭିଡିଓ ଭାଇରାଲ ହେବା ପରେ ବ୍ୟାକଫୁଟରେ କର୍ଣ୍ଣାଟକ କଂଗ୍ରେସ । ସେପଟେ ଏହି ମାମଲାରେ ଶିବକୁମାର ଏବଂ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । କର୍ଣ୍ଣାଟକ ଜନତାଙ୍କୁ କଂଗ୍ରେସ ଭିକାରୀ ଭାବୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ବୋମାଇ ।
କଂଗ୍ରେସ ୧୨୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିସାରିଥିବା ବେଳେ ୮୦ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିସାରିଛି ଆମ ଆଦମୀ ପାର୍ଟି । ଯେମିତି ଗୁଜରାଟରେ ଆମ ଆଦମୀ ପାର୍ଟି ପାଇଁ କଂଗ୍ରେସ ଅନେକ କ୍ଷତି ସହିଲା । କର୍ଣ୍ଣାଟକରେ ମଧ୍ୟ ଆପ, କଂଗ୍ରେସର ସମାନ କ୍ଷତି କରିପାରେ ବୋଲି କୁହାଯାଉଛି । ସେପଟେ ବିଗତ ଦୁଇଟି ବିଧାନସଭା ନିର୍ବାଚନକୁ ଅନୁଧ୍ୟାନ କଲେ ବିଜେପିର ଆସନ ସଂଖ୍ୟା ବଢ଼ିଛି । ୨୦୧୩ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୨୨ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ମିଳିଥିଲା ୪୦ଟି ଆସନ । ହେଲେ ୨୦୧୮ରେ ବିଜେପି ୧୦୮ ଆସନ ସହ ଦୃଢ଼ ସ୍ଥିତିରେ ରହିଥିଲା ଏବଂ କଂଗ୍ରେସ ୮୦ ଆସନକୁ ଖସିଯାଇଥିଲା । ବିଗତ କର୍ଣ୍ଣାଟକ ନିର୍ବାଚନ ଗୁଡ଼ିକରେ ଜେଡିଏସ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି ସତ ହେଲେ ଏଥର ବିଜେପି ବନାମ କଂଗ୍ରେସ ନିର୍ବାଚନ ହେବ ବୋଲି କୁହାଯାଉଛି ।