କାହିଁକି ଅତୀତର ସତ୍ୟକୁ ସାମ୍ନା କରିପାରୁ ନାହାଁନ୍ତି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ?
୯୦ ଦଶକର କାଶ୍ମୀର ପଣ୍ଡିତ ଗଣହତ୍ୟା ଏବଂ ଗଣ ପଳାୟନ କେବଳ ଏକ ସ୍ବତନ୍ତ୍ର ଘଟଣା ନୁହେଁ ବରଂ ସ୍ବାଧିନତା ପରେ ଘଟିଥିବା ଅନେକ ଘଟଣା କ୍ରମର ଏକ ଦୁଃଖଦ ପରିଣାମ। ଏହା ପଛରେ ରହିଛି ଜାମ୍ମୁ କାଶ୍ମୀର ପ୍ରତି ହୋଇଥିବା ଅନେକ ଧୋକାବାଜୀର କାହାଣୀ।
ପ୍ରଥମ ଧୋକାବାଜୀ ହୋଇଥିଲା ୧୮୪୭ରେ ଯେତେବେଳେ ଜାମ୍ମୁକାଶ୍ମୀରର ମହାରାଜା ହରି ସିଂହ, ନେହେରୁ ସରକାରଙ୍କୁ ସହଯୋଗ ମାଗିଥିବା ବେଳେ ତାଙ୍କୁ କୌଣସି ସହଯୋଗ ମିଳିନଥିଲା। ଦ୍ବିତୀୟ ଧୋକା ଥିଲା ଯେତେବେଳେ ଗିଲଗିଟ୍, ବାଲିତିସ୍ତାନକୁ ପାକିସ୍ତାନ ହାତରେ ଟେକି ଦେବା ପାଇଁ ଇଂରେଜ ସେନାଧିକାରୀ ଚକ୍ରାନ୍ତ କରୁଥିବା ବେଳେ ନେହେରୁ ସେଠାକୁ ସେନା ଏବଂ ଅସ୍ତ୍ର ପଠାଇନଥିଲେ।
ଜାମ୍ମୁକାଶ୍ମୀର ପ୍ରତି ତୃତୀୟ ଧୋକା ହୋଇଥିଲା ୧୯୪୯, ଜାନୁଆରୀ ୨୦ରେ। ମହାରାଜା ହରିସିଂହଙ୍କୁ ନେହେରଙ୍କ ଚକ୍ରାନ୍ତରେ ହତାଶ ହୋଇ କାଶ୍ମୀର ଛାଡ଼ି ମୁମ୍ବାଇରେ ରହିବାକୁ ପଡ଼ିଥିଲା। ଏହାପରେ କ୍ଷମତା ପାଇଁ ଶେଖ ଅବଦୁଲାଙ୍କ କୂଟନୀତି ଆଗରେ ନେହେରୁଙ୍କ ଆତ୍ମ ସମର୍ପଣ ଆଉ ନେହେରୁଙ୍କୁ ଅବଦୁଲାଙ୍କ ଧୋକା ଥିଲା ଆଉ ଏକ ଧୋକାବାଜୀର କାହାଣୀ।
୧୯୫୨, ଅଗଷ୍ଟରେ ଜାମ୍ମୁକାଶ୍ମୀର ପ୍ରତି ହୋଇଥିଲା ବଡ଼ ଧୋକା। ସଂବିଧାନର ୩୭୦ ଧାରା ଉଛେଦ ପାଇଁ ବିତର୍କ ହୋଇଥିବା ବେଳେ ନେହେରୁ ଏହି ଧାରା ଉଛେଦ ନହେଉ ବୋଲି ଜିଦ୍ କରିଥିଲେ।
କେବଳ ସେତିକ ନୁହେଁ, ସଂବିଧାନରେ ୩୭୦ ଧାରା ଥିବାବେଳେ ୧୯୫୪ ରେ ପ୍ରେସିଡ଼େନ୍ସିଆଲ ଅର୍ଡ଼ର୍ ଜାରି କରି ଧାରା ୩୫-ଏ ଧାରା ରଖା ଯାଇଥିଲା ଯାହା ଥିଲା ଭାରତର ସିଂବିଧାନ ପ୍ରତି ଏକ ଉପହାସ। ଏହାଦ୍ବାରା ଦୁଇଭାଗ ହେଲେ ଭାରତର ନାଗରିକ। ଭାରତର ଅନ୍ୟଭାଗ ସହିତ ମୁଖ୍ୟ ସ୍ରୋତକୁ ନଆସି ଜାମ୍ମୁକାଶ୍ମୀରର ନାଗରିକ ରାଜନୈତିକ ଧେକାବାଜିର ଶୀକାର ହେଲେ। ଆଗେଇ ପାରିଲାନି ଉପତ୍ୟକାର ବିକାଶ।
ଏହାପରେ ହିଁ ଜାମ୍ମୁକାଶ୍ମୀରରେ ପରିବାରବାଦୀ ରାଜନୈତିକ ଦଳଗୁଡ଼ିକ କ୍ରମାଗତ ଶାସନ କ୍ଷମତାକୁ ଆସି ରାଜ୍ୟକୁ ପାକ୍ ପ୍ରାୟୋଜିତ ଆତଙ୍କବାଦର ଶୀକାର ହେବାକୁ ପଥ ପରିସ୍କାର କରିଦେଲେ। ସଂଖ୍ୟାଲଘୁ ହିନ୍ଦୁ ବିଶେଷ କରି କାଶ୍ମୀର ପଣ୍ଡିତଙ୍କ ଶୀକାର ହେବାକୁ ପଡ଼ିଲା ଉଗ୍ରବାଦୀ ଏବଂ କଟ୍ଟରପନ୍ଥୀ ଇସଲାମିକ୍ ଗୋଷ୍ଠୀର। ଯାହାର ପରିଣାମ ଥିଲା ୯୦ ଦଶକର ହଜାର ହଜାର କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ଏବଂ ଲକ୍ଷ ଲକ୍ଷ ପଣ୍ଡିତଙ୍କ ଉପତ୍ୟକାରୁ ଗଣ ପଳାୟନ।
ଏବେ ଫିଲ୍ମ କାଶ୍ମୀର ଫାଇଲ୍ ତାଜା କରିଛି ସେହି ସବୁ ଧୋକାବାଜୀର ଇତିହାସ। ପୁଣି ତାଜା କରିଛି ପିଡ଼ା ଭୋଗିଥିବା କାଶ୍ମୀର ପଣ୍ଡିତ ପରିବାର ବର୍ଗଙ୍କ ଦୁଃଖଦ ସ୍ବୃତି। ଯେଉଁ ରାଜନୈତିକ ଦଳ ଏବଂ ନେତାଙ୍କ ପୂର୍ବସୁରୀ ଭାରତର ଅବିଛେଦ୍ୟ ଅଙ୍ଗ ଜାମ୍ମୁକାଶ୍ମୀର ପ୍ରତି ଧୋକବାଜୀ କରିଛନ୍ତି ସେହିମାନେ ହିଁ ଏବେ ବେଶୀ ବିରୋଧ କରୁଛନ୍ତି କାଶ୍ମୀର ଫାଇଲକୁ।