କ'ଣ ସତରେ କୈଳାସ ପର୍ବତ ଭିତରେ ସମ୍ଭାଲା ନାମକ ପ୍ରାଚୀନ ସହର ରହିଛି ? କୈଳାସ ପର୍ବତର ଏମିତି କି ଦୃଶ୍ୟ ଯାହା ନାସା ବୈଜ୍ଞାନିକଙ୍କ ହୋସ୍ ଉଡାଇଦେଇଛି ? ଯେବେ ଚୀନ କୈଳାସ ପର୍ବତକୁ ହେଲିକପ୍ଟର ପଠାଇଥିଲା ସେଦିନ କ'ଣ ହୋଇଥିଲା ?
କୈଳାସ ପର୍ବତ....ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମର ସବୁଠୁ ପବିତ୍ର ସ୍ଥାନ । ଯାହାର ଶୀର୍ଷକୁ ଆଜି ପର୍ଯ୍ୟନ୍ତ କୌଣସି ଜୀବନ୍ତ ବ୍ୟକ୍ତି ପହଞ୍ଚିପାରିନାହାନ୍ତି । ରହସ୍ୟରେ ଭର୍ତ୍ତି କୈଳାସ ପର୍ବତ । ଦୁନିଆର ସର୍ବୋଚ୍ଚ ଶିଖର ହେଉଛି ମାଉଣ୍ଟ ଏଭରେଷ୍ଟ୍ । ଯାହାର ଉଚ୍ଚତା 88848 ମିଟର । ଏ ପର୍ଯ୍ୟନ୍ତ 7 ହଜାରରୁ ଉର୍ଦ୍ଧ୍ୱ ଲୋକ ମାଉଣ୍ଟ ଏଭରେଷ୍ଟ ଚଢିଛନ୍ତି । କିନ୍ତୁ ମାଉଣ୍ଟ ଏଭରେଷ୍ଟରରୁ 2000 ମିଟର କମ୍ ଉଚ୍ଚ ଅର୍ଥାତ୍ ୬୬୩୮ ମିଟର ବିଶିଷ୍ଟ କୈଳାସ ପର୍ବତକୁ ଚଢିବାକୁ କେହି ବି ସକ୍ଷମ ହୋଇନାହାନ୍ତି । ଏହା ପଛରେ ଥିବା କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆଉ ଅଲୌକିକ ଘଟଣା କହିବାକୁ ବାଧ୍ୟ ହେବେ ।
କୁହାଯାଏ ମହାଦେବ ଓ ମାତା ପାର୍ବତୀଙ୍କର ସମସ୍ତ ଗଣଙ୍କ ସହ କୈଳାସ ପର୍ବତରେ ବସବାସ କରନ୍ତି । ଅନେକ ଥର ରାକ୍ଷସ ଏବଂ ଅଶୁରମାନେ କୈଳାସ ପର୍ବତରେ ଚଢି ଏହାକୁ କାବୁ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କେବେ ବି ସଫଳ ହୋଇନାହାନ୍ତି । ଯେହେତୁ ସ୍ୱୟଂ ମହାଦେବ କୈଳାସରେ ରୁହନ୍ତି, ପର୍ବତ ଉପରେ କିଛି ଅଲୌକିକ ଶକ୍ତି ରହିଥିବା ବିଶ୍ଵାସ ରହିଛି ।
କୈଳାସ ପର୍ବତ ଦୁନିଆର 4ଟି ମୁଖ୍ୟ ଧର୍ମ ହିନ୍ଦୁ, ଜୈନ, ବୈଦ୍ଧ ଏବଂ ଶିଖ୍ ଧର୍ମର କେନ୍ଦ୍ର ବୋଲି ପୁରାଣରେ ବର୍ଣ୍ଣିତ । ଏଭରେଷ୍ଟ ଅପେକ୍ଷା ଏଠାରେ ପରିବେଶ ସଂପୂର୍ଣ୍ଣ ଅଲଗା । କିଛି ପର୍ବତାରୋହୀଙ୍କ କହିବା କଥା କୈଳାସ ପର୍ବତ ନିକଟକୁ ଯିବାବେଳେ ହୃଦସ୍ପନ୍ଦନ ଅଚାନକ ବଢିଯାଏ । ଆଉ ଧିରେ ଧିରେ ଦୁର୍ବଳ ଲାଗେ । ଯଦି ଜଣେ ପର୍ବତାରୋହୀ କୈଳାସରେ ଚଢିବାକୁ ଉଦ୍ୟମ କରିଛନ୍ତି ତେବେ ଏଥିରେ ବିଫଳ ହୋଇଛନ୍ତି ...ଆଉ ଫେରି ଆସିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ମଧ୍ୟ ସହଜ ନୁହେଁ । କାରଣ କୈଳାସରୁ ଓହ୍ଲାଇବାବେଳେ ମନ ଖୁବ ହାଲୁକା ଲାଗେ ଆଉ ନିଜକୁ ନିର୍ଜୀବ ଲାଗେ ।
ଅଲୌକିକ ଶକ୍ତିର କେନ୍ଦ୍ର...
ଏହି ପର୍ବତ ଉପରେ ଏମିତି ଏକ କେନ୍ଦ୍ର ରହିଛି ଯାହାକୁ ଆକ୍ସିସ ମୁଣ୍ଡି କୁହାଯାଏ । ଆକ୍ସିସ ମୁଣ୍ଡି ଅର୍ଥାତ୍ ଦୁନିଆର ଭୌଗୋଳିକ ଧ୍ରୁବର କେନ୍ଦ୍ର । ଋଷ ବୈଜ୍ଞାନିକଙ୍କ କହିବା କଥା ଆକ୍ସିସ୍ ମୁଣ୍ଡି ଏମିତି ଏକ ସ୍ଥାନ , ଯେଉଁଠି ଅଲୌକିକ ଶକ୍ତିର ପ୍ରବାହ ହୋଇଥାଏ । ଯେଉଁଠି ସିଧାସଳଖ ସେହି ଶକ୍ତି ସହ ସମ୍ପର୍କ କରିହେବ । ପୌରାଣିକ କଥା ଅନୁସାରେ କୈଳାସ ପର୍ବତ ନିକଟରେ କୁବେରଙ୍କ ନଗରୀ ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ନିଜ ଜୀବନକାଳରେ କିଛି ଭଲ ଓ ପୂଣ୍ୟ କାମ କରିଥାଏ, ତାହାର ଆତ୍ମାକୁ ମୃତ୍ୟୁ ପରେ କୈଳାସ ପର୍ବତରେ ସ୍ଥାନ ମିଳିଥାଏ । ଏହି କାରଣରୁ ପୁରା ଦୁନିଆରେ କୈଳାସ ପର୍ବତକୁ ସବୁଠୁ ପବିତ୍ର ଓ ଅଦ୍ଭୂତ ପର୍ବତ ବୋଲି କୁହାଯାଏ ।
ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ କୈଳାସ ପର୍ବତ...
1999 ମସିହାରେ ଋଷର ଜଣେ ବିଶେଷଜ୍ଞ ଏର୍ନସ୍ଟ ମୁଲ୍ଦାସିଫ୍ ଓ ତାଙ୍କ ଟିମ୍ କୈଳାସ ପର୍ବତର ରହସ୍ୟକୁ ଜାଣିବା ପାଇଁ ଏକ ପଦକ୍ଷେପ ନେଇଥିଲେ । କୈଳାସ ପର୍ବତରେ ଚଢିବାକୁ ଉଦ୍ୟମ କରିବା ସହ ତାହାର ଆଖ ପାଖ ଅଞ୍ଚଳରେ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ବିତାଇଥିଲେ । ଆଉ ସେଠାରେ ବହୁତ କିଛି ତଥ୍ୟ ଜାଣିବାକୁ ପାଇଥିଲେ । ସେଠାରୁ ଫେରିବା ପରେ ସେ ଏକ ପୁସ୍ତକ ଲେଖିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି କୈଳାସ ପର୍ବତ ହେଉଛି ମାନବ ମାନଙ୍କ ଦ୍ୱାରା ତିଆରି ଏକ ପିରାମିଡ୍ । ଯାହା ପ୍ରାଚୀନ କାଳରେ ନିର୍ମାଣ ହୋଇଥିଲା । ରାତିରେ କୈଳାସ ପର୍ବରୁ ଭିତରୁ କିଛି ଶବ୍ଦ ଆସେ । ଯେମିତି ଲାଗେ ସେହି ପିରାମିଡ୍ ଭିତରେ କିଛି ଲୋକ ରହୁଛନ୍ତି । ପଥରକୁ ବାଡେଇବା ଭଳି ଠକ୍ ଠକ୍ ଶବ୍ଦ ହେଉଛି ।
ପୌରାଣିକ କଥା ଅନୁସାରେ କୈଳାସ ପର୍ବତ ନିକଟରେ ରହିଛି କୁବେର ନଗରୀ । ଯେଉଁଠି ନିଜ ଜୀବକାଳରେ ପୂଣ୍ୟ କରିଥିବା ଲୋକର ଆତ୍ମା ହିଁ ବସବାସ କରନ୍ତି । ଯେଉଁମାନେ ଭବିଷ୍ୟତ ଦେଖିପାରନ୍ତି । ସମୟ ଚକ୍ରକୁ ନିୟନ୍ତ୍ରଣ କରିପାରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ପ୍ରମାଣ ମିଳିନାହିଁ ।
କୈଳାସ ପର୍ବତରେ ସମୟ ଦ୍ରୁତ ଗତିରେ ବଢେ...
ଏହି ସ୍ଥାନ ଅଲୌକିକ ଗତିବିଧିର କେନ୍ଦ୍ର । କୈଳାସ ପର୍ବତରେ ସମୟ ଦ୍ରୁତ ଗତିରେ ବଢିଥାଏ । ନଖ ଏବଂ କେଶ ଦୁଇ ମାସରେ ଯେମିତି ବଢିବା କଥା ସେମିତି ଦୁଇ ଦିନରେ ବଢୁଥିବା କୁହାଯାଏ । ଖାଲି ଏତିକି ନୁହେଁ ପର୍ବତାରୋହୀଙ୍କ ଶରୀରର ବୟସ ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗେ । ଆଉ ଚର୍ମ ମଧ୍ୟ ସାମାନ୍ୟ ଠାରୁ ଟିକେ ଅଧିକ ବୟସ୍କ ହେଲା ଭଳି ଲାଗେ । ସେତିପାଇଁ ଲୋକଙ୍କ ଏହା ଭାବିବାକୁ ବାଧ୍ୟ କରେ ଯେ ଏଠାରେ ଏମିତି ଅଦୃଶ୍ୟ ଶକ୍ତି ଅଛି ଯାହା ମଣିଷର ଶରୀର ଓ ମନକୁ ଗଭୀର ପ୍ରଭାବ ପକାଇଥାଏ ।
ମାନସରୋବର ଓ ରାକ୍ଷସତାଲ
ଏବେ କଥା ହେବା କୈଳାସ ପର୍ବତ ନିକଟରେ ଥିବା ଦୁଇଟି ହ୍ରଦ ବିଷୟରେ । ଗୋଟେ ହେଉଛି ମାନସରୋବର ଓ ଅନ୍ୟଟି ହେଉଛି ରାକ୍ଷସତାଲ । ଏହି ଦୁଇଟି ହ୍ରଦ ପୁରା ପାଖାପାଖି ରହିଛନ୍ତି । କିନ୍ତୁ ସ୍ୱଭାବରେ ପୁରା ପୁରି ଭିନ୍ନ । ମାନସରୋବର ଯାହା ଦୁନିଆର ସବୁଠୁ ଉଚ୍ଚା ଓ ମିଠା ହ୍ରଦ । ଯେଉଁଠି ଜୀବନର ସମ୍ଭାବନା ଅଛି । ଏହା ସବୁବେଳେ ଶାନ୍ତ ଓ ସ୍ଥିର ପାଇଁ ପ୍ରସିଦ୍ଧ । ଏହାର ଆକାର ଗୋଲ୍ । ଯେମିତି ସୂର୍ଯ୍ୟର ଆକୃତି । ଏତେ ଉଚ୍ଚା ଓ ଥଣ୍ଡା ସତ୍ତ୍ୱେ ଏଠାରେ କେବେ ବି ବରଫ ଜମେ ନାହିଁ । ଅନ୍ୟ ହ୍ରଦଟି ହେଉଛି ରାକ୍ଷସତାଲ୍ । ଏହାର ପାଣି ଖାର । ଆଉ ଏହା ସବୁବେଳେ ଅଶାନ୍ତ । ଯେଉଁଠି ଜୀବନର କିଛି ବି ସମ୍ଭାବନା ନାହିଁ । କୁହାଯାଏ ରାବଣ ଏହି ହ୍ରଦରେ ଥରେ ବୁଡ ପକାଇଥିଲେ । ସେବେଠୁ ଏହାର ପାଣି ଖାର ହୋଇଯାଇଛି ।
ଓମ୍ ଓ ଡମ୍ବୁରୁ...
ମାନସରୋବର ଓ ରାକ୍ଷସତାଲ ନିକଟରେ ଡମ୍ବରୁ ଧ୍ୱନି ଓ ଓଁକାର ଶୁଣିବାକୁ ମିଳେ । ସେଠାରେ ପହଞ୍ଚିଲେ ଯେମିତି ଲାଗିବ ଆକାଶରେ ହେଲିକପ୍ଟର ଉଡୁଛି । ହେଲେ ଧ୍ୟାନର ସହ ଶୁଣିଲେ ଲାଗିବ ଯେ କେହି ଜଣେ ଡମ୍ବରୁ ବଜାଉଛି । ଆଉ ଓମ୍ ଶବ୍ଦ ମଧ୍ୟ ଶୁଣିବାକୁ ମିଳେ । କୈଳାସ ପର୍ବତର ଶକ୍ତିଶାଳ ଉର୍ଜା ଓ ଏହାର ଆଧ୍ୟାତ୍ମିକତା ଏହି ଧ୍ୱନିକୁ ଜନ୍ମ ଦେଇଥାଏ ବୋଲି ମଧ୍ୟ କୁହାଯାଏ । କୈଳାସ ପର୍ବତର ଆଉ ଏକ ରହସ୍ୟ ହେଉଛି ଏହାର ଛାଇରୁ ନିର୍ମିତ ଓମ୍ ଏବଂ ସ୍ୱସ୍ତିକ ଚିହ୍ନ । ସୂର୍ଯ୍ୟ ଅସ୍ତ ହେବା ସମୟରେ ପର୍ବତର ଛାଇରେ ସ୍ୱସ୍ତିକ ଚିହ୍ନ ଦେଖାଦିଏ । ସେହିପରି ଯେତେବେଳେ କୈଳାସ ପର୍ବତରେ ବରଫ ପଡେ ସେବେ ଦକ୍ଷିଣ ଦିଗରୁ ଏହା ଉପରେ ଓମ୍ ଚିହ୍ନ ସଫା ସଫା ଦୃଶ୍ୟ ମାନ ହୁଏ ।
ରାତିରେ ଆଲୋକମାଳା...
ଖାଲି ଧ୍ୱନି ନହେଁ ଅନେକ ଯାତ୍ରୀ ଏହା ମଧ୍ୟ କହିଛନ୍ତି ଯେ କୈଳାସ ପର୍ବତରେ ରାତିରେ 7ଟି ଅଲଗା ଅଲଗା ରଙ୍ଗର ଆଲୋକମାଳା ଦେଖିବାକୁ ମିଳେ । ଆଉ ଏହି ଆଲୋକ ଏତେ ମାତ୍ରାରେ ଦେଖାଯାଏ ଯେ ରାତିରେ ବି ସମସ୍ତ ଜିନିଷ ସଫା ସଫା ଦିଶେ । ଯେମିତି ଲାଗେ ଅଦୃଶ୍ୟ ଶକ୍ତିର ପ୍ରଦର୍ଶନ ଚାଲିଛି । ବୈଜ୍ଞାନିକମାନେ ଏବେ ବି ଏହାର ରହସ୍ୟ ବୁଝି ପାରୁନାହାନ୍ତି ।
ହିମ ମାନବ...
କୈଳାସ ପର୍ବତ ଓ ହିମାଳୟ ଭଳି ସ୍ଥାନରେ ଏହି ବିଶାଳକାୟ ହିମ ମାନବ ଦେଖାଯାଏ । ହିମାଳୟ ଓ କୈଳାସ ପର୍ବତର ଆଖପାଖରେ ବସବାସ କରୁଥିବା ଲୋକେ କୁହନ୍ତି ଯେ ସେମାନେ ଏହି ବିଶାଳକାୟ ହିମ ମାନବ ଦେଖିଛନ୍ତି । କେହି କେହି ଏହାକୁ ବୁଢା ଭାଲୁ କୁହନ୍ତି...ତ କେହି କେହି ପ୍ରାଚୀନ ପ୍ରାଣୀ ମଧ୍ୟ କୁହନ୍ତି ।
କୈଳାସ ପର୍ବତ ସ୍ୱର୍ଗର ସିଢି
ପୌରାଣିକ ଗ୍ରନ୍ଥ ଅନୁଯାୟୀ କୈଳାସ ପର୍ବତକୁ ସ୍ୱର୍ଗର ସିଢି ମଧ୍ୟ କୁହାଯାଏ । କୁହାଯାଏ ରାବଣ ସ୍ୱର୍ଗକୁ ଯିବା ପାଇଁ ଏହି ସିଢି ତିଆରି କରିଥିଲେ । ମହାଭାରତରେ ମଧ୍ୟ ଏହାର ଉଲ୍ଲେଖ ରହିଛି । ଯେତେବେଳେ ପାଣ୍ଡବ ନିଜ ପତ୍ନୀ ଦୈପଦୀଙ୍କ ସହ ମୌକ୍ଷ ପ୍ରାପ୍ତି ପାଇଁ କୈଳାସ ପର୍ବତରେ ଚଢିଥିଲେ । ଯାତ୍ରା ସମୟରେ ଗୋଟିଏ ଗୋଟିଏ କରି ସମସ୍ତେ ରହିଗଲେ । ହେଲେ ଯୁଧିଷ୍ଟର ନିଜର ସତ କର୍ମ ଓ ନିଷ୍ଠା ପାଇଁ ସ୍ୱର୍ଗରେ ପ୍ରବେଶ କରିବା ପାଇଁ ସକ୍ଷମ ହୋଇଥିଲେ । ଯୁଧିଷ୍ଠିରଙ୍କୁ ଛାଡିଦେଲେ ଆଜି ପର୍ଯ୍ୟନ୍ତ କୈଳାସ ପର୍ବତର ଶୀର୍ଘକୁ ଯିବାକୁ କେହି ବି ସକ୍ଷମ ହୋଇନାହାନ୍ତି।
ଚୀନ ପଠାଇଲା ହେଲିକପ୍ଟର...
ଯେବେ ଚୀନ ଦେଖିଲା ଯେ କୈଳାସ ପର୍ବତରେ ଚଢିବା ପାଇଁ କେହି ମଧ୍ୟ ସଫଳ ହୋଇପାରୁନାହାନ୍ତି । ସେଥିପାଇଁ ସେ ହେଲିକପ୍ଟର ପଠାଇବାକୁ ସ୍ଥିର କଲା । କିନ୍ତୁ କୈଳାସ ପର୍ବତ ଅଞ୍ଚଳରେ ହେଲିକପ୍ଟର ଉଡାଇବା ଶକ୍ତ ମନା । କାରଣ ଏହାର ପାଣିପାଗ ଅଚାନକ ବିଗିଡିଯାଏ । ବହୁତ ଗବେଷଣା ପରେ ଚୀନ ଗୋଟିଏ ଦିନ ସ୍ଥିର କଲା । ଯେଉଁଦିନ ହେଲିକ୍ପଟର ପଠାଇଲା । ପରିବେଶ ଖୁବ ସଫା ଥିଲା । ହେଲେ କୈଳାସର ନିକଟତର ହେବା କ୍ଷଣି ଅଚାନକ ପାଣିପାଗ ବିଗିଡିଗଲା । ଏତେ ମାତ୍ରାରେ ପବନ ବୋହିଲା ଯେ ହେଲିକପ୍ଟରର କମ୍ପାସ ମଧ୍ୟ କାମ କଲା ନାହିଁ । ଶେଷରେ ବଡ ବଡ ବାଦଲ ଖଣ୍ଡ ଯେମିତି ହେଲିକପ୍ଟରର ନିକଟର ହେବାକୁ ଲାଗିଲା । ଶେଷରେ ହେଲିକପ୍ଟରଟି ଫେରି ଆସିବାକୁ ବାଧ୍ୟ ହେଲା । ସେବେଠାରୁ ସେଠାକୁ ଯିବାକୁ ଚୀନ ପ୍ରତିବନ୍ଧକ ଲଗାଇଛି ।
ନାସା ବୈଜ୍ଞାନିକଙ୍କ ହୋସ୍ ଉଡାଇଦେଇଛି
ଯେବେ କୈଳାସ ପର୍ବତକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ସେତେବେଳେ ନାସା କୈଳାସ ପର୍ବତ ବିଷୟରେ ଆଉ କିଛି ତଥ୍ୟ ସଂଗ୍ରହ ପାଇଁ ସାଟେଲାଇଟ ପଠାଇଥିଲା । ଆଉ ସାଟେଲାଇଟ୍ ରୁ କିଛି ଏମିତି ଚିତ୍ର ସାମନାକୁ ଆସିଲା ଯାହା ନାସା ବୈଜ୍ଞାନିକଙ୍କ ହୋସ୍ ଉଡାଇଦେଇଛି । ଯେମିତିକି ଯେତେବେଳେ କୈଳାସ ପର୍ବତରେ ବରଫ ପଡେ ସେତେବେଳେ ସେହି ଦୃଶ୍ୟ ଓମ୍ ର ଆକାର ନିଏ । ଆଉ ସୂର୍ଯ୍ୟ ଅସ୍ତ ହେବା ସମୟରେ ପର୍ବତରେ ଯେମିତି ଲାଗେ ସ୍ୱସ୍ତିକ ଚିହ୍ନ ଆପେ ଆପେ ସୃଷ୍ଟି ହେଉଛି । ଏହି ସବୁ ଘଟଣା କୈଳାସ ପର୍ବତର ରହସ୍ୟକୁ ଆହୁରି ରହସ୍ୟମୟ କରିଦେଇଛି ।
ପୌରାଣିକ କଥା ଅନୁସାରେ କୈଳାସ ପର୍ବତ ଏମିତି ଏକ ସ୍ଥାନ ଯେଉଁଟି ସ୍ୱର୍ଗ ଓ ପୃଥିବୀର ମିଳନ ହୁଏ । ଆଜି ବି ରହସ୍ୟମୟ ଓ ଅଭୁତ ଦୁନିଆ କୈଳାସ ପର୍ବତ....