ପାହାଡ଼ ପର୍ବତ ଘେରା ଏହି ଗାଁରେ ପ୍ରାୟ ୬୦ ପରିବାର ରୁହନ୍ତି। ମାତ୍ର କେବେ ବି ସରକାରୀ ବାବୁଙ୍କର ଦେଖା ନାହିଁ l ପକ୍କାଘର ଟିଏ ପାଇଁ ବାରମ୍ବାର ଦାବି କରି ଆସୁଥିଲେବି ଆଜି ଯାଏଁ ପକ୍କାଘର ଯୋଜନାରେ କେହି ସାମିଲ ହୋଇ ନାହାନ୍ତି। ଘରେ ଶୋଇବା ଦୂର କଥା ବସିବା ପାଇଁ ଜାଗା ଖଣ୍ଡିକ ନାହିଁ l ଯେଉଁ ଘରେ ରହୁଛନ୍ତି ସରୀସୃପର ଭୟ ମଧ୍ୟ ବହୁ ପରିମାଣରେ ରହିଛି l ମାତ୍ର ମୁଣ୍ଡଗୁଞ୍ଜିବାକୁ ଛାତ ନଥିବାରୁ ଏହି ଘରେ ବିତୁଛି ଜୀବନ। ଗରିବଙ୍କ ପାଇଁ ସରକାର ଆରମ୍ଭ କରିଥିଲେ ପକ୍କାଘର ଯୋଜନା। ମାତ୍ର ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ଅପହଞ୍ଚ। ଫଳରେ ବର୍ଷବର୍ଷ ଧରି ଅସୁରକ୍ଷିତ ଅବସ୍ଥାରେ ରହି ଆସୁଛନ୍ତି ଅଞ୍ଚଳବାସୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: