କାଳିଆପାଳ ଡ୍ୟାମ୍ ସାହିର ମହିଳା ଆଗରୁ ଚାଷକାଣ ଯାଣି ନଥିଲେ । ବଣ ଜଙ୍ଗଲରୁ କାଠି, ପତ୍ର ତୋଳି ପେଟ ପୋଷୁଥିଲେ । ହେଲେ, ଏକ ଏନଜିଓ ସହାୟତାରେ ୨୦୧୯ ମସିହାରେ ୧୨ଜଣ ମହିଳା ‘‘ଜଗତେଶ୍ବରୀ ସ୍ବୟଂ ସହାୟିକା ଗୋଷ୍ଠୀ’’ ଗଠନ କରି ପନିପରିବା ଚାଷ ଆରମ୍ଭ କଲେ । ପାହାଡିଆ ଜମିରେ ପ୍ରଥମେ ପାରମ୍ପରିକ ପଦ୍ଧତିରେ ପନିପରିବା ଚାଷ କରି ମହିଳାମାନେ କ୍ଷତି ସହିଲେ । ଏହାପରେ, ପଲିଥିନ୍ ଆଣି ମଲଚିଂ ପଦ୍ଧତିରେ ଭଲ ଭେରାଇଟିର ଲଙ୍କାଚାରା ଜମିରେ ରୋପଣ କଲେ । ଏଥିସହ, ଡ୍ରିପ୍ ପଦ୍ଧତିରେ ଗଛମୂଳେ ଜଳସେଚନ କଲେ । ନିରନ୍ତର ଜଳସେଚନ ପାଇଁ ଗାଁ ମୁଣ୍ଡରେ ସୋଲାର୍ ପମ୍ପ ମଧ୍ୟ ବସାଇଲେ । ଏନଜିଓ ଦ୍ବାରା ଗାଁରୁ ଉଚିତ୍ ମୂଲ୍ୟରେ ମହିଳାଙ୍କ ଉତ୍ପାଦିତ ଲଙ୍କା କ୍ରୟ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ବିଗତ ୩ମାସ ଧରି ପ୍ରତ୍ୟେକ ମହିଳା ଲଙ୍କାଚାଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ବେଳେ, ଆଗକୁ ପ୍ରତିଦିନ ଏଥିରୁ ୨୦ରୁ ୩୦ହଜାର ଟଙ୍କା ପାଇବାର ଆଶା ରଖିଛନ୍ତି ଏହି ମହିଳା ଚାଷୀ। ଦିନ ଚାଷ କ’ଣ ଜାଣି ନଥିଲେ ଏହି ମହିଳାମାନେ । ହେଲେ, ଏବେ ପାହାଡିଆ ଜମିରେ ଆଧୁନିକ ପ୍ରଣାଳୀରେ ଲଙ୍କାଚାଷ କରି ଏହି୧୨ ଜଣ ମହିଳା ହୋଇ ପାରିଛନ୍ତି ସ୍ବାବଲମ୍ବି ଆଉ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା।