ଲତା ମଙ୍ଗେସକାରଙ୍କ ଜନ୍ମ ମଧ୍ୟପ୍ରଦେଶର ଇନ୍ଦୋରରେ୨୮ ସେପ୍ଟେମ୍ବର୧୯୨୯ରେ ହୋଇଥିଲା। ବାପା ଦିନନାଥ ମଙ୍ଗେସକର ଝିଅର ନାଁ ଦେଇଥିଲେ ହେମା। ଦିନନାଥ ଥିଲେ ମରାଠି ଥିଏଟର କଳାକାର ଓ କୋଙ୍କଣୀ ମ୍ୟୁଜିକସିଆନ। ଲତାଙ୍କ ମା’ ସେଓ୍ବନ୍ତି ଥିଲେ ଦିନନାଥଙ୍କ ୨ୟ ପତ୍ନୀ। ଲତା ଥିଲେ ମୀନା, ଆଶା, ଉଷା ଭାଇ ହୃଦୟନାଥଙ୍କ ବଡ଼ ଭଉଣୀ
୫ ବର୍ଷ ବୟସରେ ଲତାଙ୍କର ସଙ୍ଗୀତ ଶିକ୍ଷା ଆରମ୍ଭ ହୁଏ। ୯ ବର୍ଷ ବୟସରେ ସେ ପ୍ରଥମ ଥର ବାପାଙ୍କ ସହ ଷ୍ଟେଜରେ ଗାଆନ୍ତି। ୧୩ ବର୍ଷ ବୟସ ବେଳକୁ ଲତାଙ୍କ ପ୍ରଥମ ଗୀତ ରେକର୍ଡ ହୁଏ।
ଲତା ଦିଦି ନିଜ ଜିବଦ୍ଦଶାରେ କୋଟି କୋଟି ଟଙ୍କା କମେଇଥିଲେ। ୨୫ ଟଙ୍କା ଫିସ୍ ନେଇ ଗୀତ ବୋଲିବା ଆରମ୍ଭ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ମାସିକ ରୋଜଗାର ଥିଲା ୪୦ ଲକ୍ଷ ଟଙ୍କା। ବାର୍ଷିକ ୬ କୋଟି କମାଉଥିବା ଲତା ଥିଲେ ୩୬୮ କୋଟିର ମାଲିକାଣୀ। ୮୦ ବର୍ଷର କ୍ୟାରିଅର ଭିତରେ ୫୦, ହଜାର ଗୀତ ଗାଇଥିଲେ ଲତା ମଙ୍ଗେସକର। ହିନ୍ଦି, ମରାଠୀ, ବଙ୍ଗଳା, ଓଡ଼ିଆକୁ ମିଶାଇ ମୋଟ ୩୬ ଭାଷାରେ ସେ କଣ୍ଠଦାନ କରିଛନ୍ତି। କେବଳ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କ ସଂଯୋଜନାରେ ୩୫ ବର୍ଷରେ ୭୦୦ ଗୀତ ଗାଇଥିଲେ ଲତା ଦିଦି। ୯୦ ଦଶକରେ ୟଶ ଚୋପଡାଙ୍କ ସବୁ ଫିଲ୍ମଙ୍କ ହୀରୋଇନଙ୍କ ପାଇଁ ତାଙ୍କ ଗୀତ ବେସ୍ ସୁଟ୍ କରୁଥିଲା। ଏମିତିକି ସେ ରହମାନଙ୍କ କମ୍ପୋଜିସନରେ ଭେଟି ଦେଇଥିଲେ ଅନେକ ହିଟ୍ ଗୀତ।
ବଡ଼ ଦୁଃଖି ଜୀବନ ବଞ୍ଚିଥିବା ଲତା ଥିଲେ କାର୍ ସଉକିଆ। ଲତାଙ୍କ ପ୍ରଥମ କାରର ଦାମ ଥିଲା ୮ ହଜାର ଟଙ୍କା। ଏହା ପରେ ତାଙ୍କ ଜୀବନକୁ ଆସିଥିଲା ସେବରଲ ଓ ବ୍ୟୁକ୍ ଭଳି ଗାଡି। ପରେ ମର୍ସିଡିଜ ଓ କ୍ରିସଲର ଭଳି ଗାଡି ଚଢିଥିଲେ ସ୍ବର ସାଧିକା ଲତା ମଙ୍ଗେସକ୍ର।
୨୦୨୨ ମସିହା ଫେବୃୟାରୀ ୬ତାରିଖ ଭାରତୀୟ ସଙ୍ଗୀତ ଜଗତକୁ ଅଲବିଦା କହିଥିଲେ ଲତା। ଗୋଟିଏ ଯୁଗର ଅବସାନ ଘଟିଥିଲା। ଆଜି ଦିନରେ।