କେରଳର ଓ୍ବାଇନାଡରୁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ତଥା ଦଳର କେରଳ ମୁଖ୍ୟ କେ.ସୁରେନ୍ଦ୍ରନ୍। ୱାୟନାଡରେ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଲଢୁଥିବା କେ.ସୁରେନ୍ଦ୍ରନ ଙ୍କ ସମର୍ଥନରେ ରାଲି କରିଥିଲେ.କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ.. ରାହୁଲ ଗାନ୍ଧୀଙ୍କ ୱାୟନାଡରେ ବିଜେପି ପ୍ରାର୍ଥୀ ତଥା ଦଳର କେରଳ ମୁଖ୍ୟ କେ ସୁରେନ୍ଦ୍ରନଙ୍କ ସମର୍ଥନରେ ରାଲି କରିଥିଲେ। ଉତ୍ତରପ୍ରଦେଶର ଆମେଥୀବାସୀଙ୍କୁ ପ୍ରତାରଣା କରିବା ପରେ ରାହୁଲ ଗାନ୍ଧୀ ୱାୟାନାଡରେ ମଧ୍ୟ ଏପରି କରିବେ ବୋଲି କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଇରାନୀ..।
ସେହିପରି ତିରୁଅନନ୍ତପୁରମରୁ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରମ୍ ମଧ୍ୟ ନିଜ ସମର୍ଥକଙ୍କ ସହ ଆଜି ନାମାଙ୍କନ ଦାଖଲ କରିଛନ୍ତି । ବେଙ୍ଗାଲୁରୁରୁ ତେଜସ୍ବୀ ସୂର୍ଯ୍ୟ ମଧ୍ୟ ବିଜେପି ଟିକେଟ୍ ରେ ନାମାଙ୍କନ ଭରିଛନ୍ତି। ହଜାର ହଜାର ସମର୍ଥକଙ୍କୁ ନେଇ ରୋଡ୍ ଶୋ' କରିବା ପରେ ବିଶାଳ ପଟୁଆରରେ ଆସି ବିଜେପି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି।.ତେଜସ୍ବୀଙ୍କ ସମର୍ଥନରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ରାଲିରେ ଯୋଗ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର