ଅଧିକ ପଢନ୍ତୁ ଭାରତ ଖବର
ଗତ ସୋମବାର ଦିନ ଅଦୋକଶାଜା ଶ୍ରାବଣଙ୍କ ନିକଟରେ ପହଞ୍ଚି ସେମାନଙ୍କ ମଧ୍ୟରେ ହୋଇଥିବା ମତଭେଦର ସମାଧାନ ପାଇଁ ବାହାନା କରି ତାଙ୍କୁ ଏକ ପାର୍କରେ ଭେଟିବାକୁ ଡାକିଥିଲେ । ତେବେ ପୂର୍ବ ଯୋଜନା ଅନୁଯାୟୀ ଆଦୋକଶାଜା, ଦୀପାଲ ଏବଂ ଅନ୍ୟ ଚାରିଜଣ ତାଙ୍କ କାରରେ ଶ୍ରାବଣଙ୍କୁ ଭେଟିଥିଲେ । ଆଦୋକଜା ଶ୍ରାବଣଙ୍କ ସହ କଥା ହୋଇ ତାଙ୍କୁ ବ୍ୟସ୍ତ ରଖିଥିବା ବେଳେ ତାଙ୍କ ସାଙ୍ଗମାନେ ତାଙ୍କ କାରର ସିଟ୍ ତଳେ ଗଞ୍ଜେଇ ପ୍ୟାକେଟ୍ ଲୁଚାଇ ଦେଇଥିଲେ । ଏହା ପରେ ଆଦୋକଶାଜା ଜୁବୁଲି ହିଲ୍ସ ପୋଲିସ ଥାନାକୁ ଶ୍ରବଣଙ୍କ ବିରୋଧରେ ବେଆଇନ ଗଞ୍ଜେଇ ବିକ୍ରି କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ କରିବାକୁ ଯାଇ ଶ୍ରବଣଙ୍କ ଗାଡ଼ି ନମ୍ବର ଦେଇଥିଲେ ।
ଅନ୍ୟପକ୍ଷରେ ସମସ୍ତେ ଚାଲିଯିବା ପରେ ଶ୍ରାବଣ ସନ୍ଦେହ କରି ନିଜର କାର ଯାଞ୍ଚ କରିଥିଲେ । ତେବେ ତାଙ୍କୁ କାରରେ ଗଞ୍ଜେଇ ପ୍ୟାକେଟ ମିଳିଥିଲା । ଏହାକୁ ନେଇ ପୋଲିସ ଷ୍ଟେସନକୁ ଯାଇଥିଲେ । ତେବେ ମଙ୍ଗଳବାର ଦିନ ପୋଲିସ ଏହି ଘଟଣାର ଅନୁସନ୍ଧାନ କରିଥିଲା । ତେବେ ମହିଳା ଜଣକ ତାଙ୍କର ବର୍ତ୍ତମାନର ପ୍ରେମିକ ଏବଂ ସାଙ୍ଗମାନଙ୍କ ସହିତ ତାଙ୍କ ପୂର୍ବ ପ୍ରେମିକର ପ୍ରତିଶୋଧ ନେବାକୁ ଏପରି ଯୋଜନା ପ୍ରସ୍ତୁତ କରିଥିବା ଜାଣିବାକୁ ପାଇଥିଲା । ଅଧିକ ପଚରାଉଚରା ପରେ ମହିଳା ଜଣକ ପୋଲିସକୁ ସୂଚନା ଦେଇଥିଲେ ଯେ ଶ୍ରବଣ ତାଙ୍କୁ ଅନେକ ସମୟରେ “ଚରିତ୍ରହୀନା” ବୋଲି କହୁଥିଲେ । ତେଣୁ ଏହାର ପ୍ରତିଶୋଧ ନେବାକୁ ସେ ଯୋଜନା କରିଥିଲେ ।