ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିଲା ସେନା ଦିବସ କାର୍ଯ୍ୟକ୍ରମ । ଏହି ଅବସରରେ ସୂର୍ଯ୍ୟ ଖେଳ ପରିସରରେ ଆୟୋଜିତ ହୋଇଥିଲା ପରେଡ୍ । ଏହାପ ରେ ସୌର୍ଯ୍ୟ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ଏହି ଅବସରରେ ସେନା ପକ୍ଷରୁ ମାର୍ଶାଲ ଆର୍ଟ ସହ ସୁଖୋଇ ଏବଂ ଅନ୍ୟ ବିମାନରେ କଳାପ୍ରଦର୍ଶନ କରାଯାଇଥିଲା ।76ତମ ସେନା ଦିବସ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ୍ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ : ଆଦର୍ଶ ଆଚରଣ ଵିଧି ଉଲଘଂନ ଅଭିଯୋଗରେ ଦୁଇ ଜଣ ମିଶନଶକ୍ତିର ସିଆରପିଙ୍କୁ ନିଲମ୍ବିତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ । ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳସଙ୍ଗା ପଞ୍ଚାୟତରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରୋଡ଼ ସୋ ଓ ଶକ୍ତି ପ୍ରଦର୍ଶନ ପ୍ରଦର୍ଶନ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏଥିରେ ସିଆରପି ନର୍ମଦା ବସନ୍ତିଆ ଓ ପୁଷ୍ପାଞ୍ଜଳୀ ମହାନ୍ତି ଅତନୁଙ୍କୁ ପୁଷ୍ପ ଗୁଚ୍ଛ ଦେବା ସହ ହୁଳହୁଳି ପକାଇ ଥିଲେ । ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।
ଅର୍ଗସ ବ୍ୟୁରୋ : ଢେଙ୍କାନାଳ ପଲ୍ଲିଶ୍ରୀ ପଡିଆରେ ଅଜଣା ହେଲିକପ୍ଟର । ଢ଼େଙ୍କାନାଳ ମହିଶାପାଟ ସ୍ଥିତ ପଡ଼ିଆରେ ଏକ ହେଲିକପ୍ଟର ଅବତରଣ କରିଛି । କିନ୍ତୁ ଏଥିରେ କିଏ ଆସିଛନ୍ତି କାହିଁକି ଆସିଛନ୍ତି ଜଣାପଡିନାହିଁ । ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପାଖରେ କୌଣସି ସୂଚନା ନାହିଁ । କେନ୍ଦ୍ରର କୌଣସି ନେତା ପ୍ରଚାର ପାଇଁ ଆସି ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିବା ପାଇଁ ଯାଉଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଉଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସକାଳେ ସମଲେଶ୍ୱରୀ ମନ୍ଦିରରୁ ବାହାରି ଏକ ସାଂସ୍କୃତିକ ଶୋଭାଯାତ୍ରା ସହିତ ନେତୃମଣ୍ଡଳୀ ଓ ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ । ଶୋଭାଯାତ୍ରାଟି ରାମଜୀଗୁଡ଼ି, ବାଲିବନ୍ଧା, କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ଦଲେଇପଡା, ମୁନସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ଲୋକସଭାର ପ୍ରାର୍ଥୀତ୍ୱ ଭାବେ ସମ୍ବଲପୁରବାସୀ ସ୍ୱାଗତ କରିଛନ୍ତି ।
ପ୍ରାର୍ଥୀତ୍ୱ ଘୋଷଣା ହେବା ଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ସବୁ ବର୍ଗର ଲୋକମାନଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ସାକାର କରି ଅନେକ ଦକ୍ଷ, ଅନୁଭବୀ ବିଜେଡି ଏବଂ କଂଗ୍ରେସ ଦଳର ନେତା, ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଯୁବନେତାମାନେ ସାମିଲ ହୋଇଛନ୍ତି, ଯାହା କେନ୍ଦ୍ରମନ୍ତ୍ରୀଙ୍କ ପରିଶ୍ରମ ଓ ସାଂଗଠନିକ କାର୍ଯ୍ୟ ଏବଂ ଦକ୍ଷତାକୁ ପ୍ରତିପାଦିତ କରୁଛି । ତୃଣମୂଳ ସ୍ତରରେ ନିଜର ଦୃଢ଼ ଦଖଲ ଓ ରାଜନୈତିକ ଦକ୍ଷତା ପାଇଁ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧିତ୍ୱ ତାଙ୍କ ପ୍ରତି ବଢୁଥିବା ଲୋକପ୍ରିୟତା, ମୋଦୀ ଗ୍ୟାରେଣ୍ଟି, ମାଟିର ସୁଯୋଗ୍ୟ ସନ୍ତାନ ତଥା ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ଆଧିପତ୍ୟକୁ ଅଧିକ ସୁଦୃଢ଼ କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: