ମହାନଦୀର ଶାଖା ନଦୀ କହୁଯାଉଥିବା କେଲୋ ନଦୀର ଉପରମୁଣ୍ଡରେ ପ୍ରାୟ ପାଞ୍ଚ କୋଟି ଟଙ୍କା ବ୍ୟୟରେ ଦିତ୍ବୀୟ ଆନିକଟ ନିର୍ମାଣ କରୁଛି ଛତିଶଗଡ । ଯାହା ଦ୍ବାରା ଝାରସୁଗୁଡାକ ଲଖନପୁର ଅଞ୍ଚଳର କନକତୋରା,ପିଥିଣ୍ଡା,ବାଦୀମାଲ ଭଳି ଅନେକ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି ।
ଆଉ ଏବେ ନଜର ପକାନ୍ତୁ ମହନଦୀ ତଳ ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ବର୍ଷା ଦିନେ ସମୁଦ୍ରକୁ ବୋହି ଯାଉଥିବା 52 ପ୍ରତିଶତ ପାଣିକୁ ଅଟକାଇବା ପାଇଁ କିପରି ମାଷ୍ଟର ପ୍ଲାନ କରିଥିଲେ ରାଜ୍ୟ ସରକାର । ତଥ୍ୟ ଅନୁଯାୟୀ 7 ଟି ବଡ ବ୍ୟାରେଜ ସହ 30 ଟି ସ୍ଥାନରେ ନଦୀ ମଧ୍ୟରେ ଜଳାଶୟ କରିବାକୁ 2017ରୁ ଘୋଷଣା କରାଯାଇଥିଲା । ଗୋଧନେଶ୍ବର, ଦେଓଙ୍ଗା, କପାସିରା, ଖଇରମାଳ,ସୁବଳୟା, ମଣିଭଦ୍ରା, ମୁଣ୍ଡଳୀ ଭଳି 7 ଟି ସ୍ଥାନରେ ବ୍ୟାରେଜ ନିର୍ମାଣ କରିବାକୁ ଘୋଷଣା କରାଯାଇଥିଲା । ଏହାବାଦ୍ ନଦୀ ଭିତରେ ଜଳାଶୟ ଲାଗି 18 ଟି ଛୋଟ ପ୍ରକଳ୍ପ ପାଇଁ 100 କୋଟି, 9 ଟି ବୃହତ ପ୍ରକଳ୍ପ ଲାଗି 100 ରୁ 500 କୋଟି ଏବଂ ଦୁଇଟି ଜମ୍ବୋ ପ୍ରକଳ୍ପ ପାଇଁ 500 କୋଟିର ଘୋଷଣା କରାଯାଇଥିଲେ ବି ଗୋଟିଏ ବି ପ୍ରକଳ୍ପ ବାସ୍ତବ ରୂପ ନେଇ ପାରନି ।
ଛତିଶଗଡ 2008 ମସିହାରୁ ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧି ପାଣି ଅଟେକାଇବା କାମ ଆରମ୍ଭ କରିଥିବା ବେଳେ 2017ରେ ଭାଙ୍ଗିଥିଲା ରାଜ୍ୟ ସରକାରଙ୍କ ନିଦ । 2017 ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମହାନଦୀକୁ ମା ବୋଲି କହି ଆରମ୍ଭ କରିଥିଲେ ମହାନଦୀ ବଞ୍ଚାଅ ଆନ୍ଦୋଳନ । ଆଉ ଏହା ପରେ ଆପୋଷ ଆଲୋଚନା ଠୁ ଦୂରେଇ ରହି କେବଳ ଟ୍ରିବୁନାଲ ନାଁରେ 5 ବର୍ଷ ଗଡାଇ ଦେଇଛନ୍ତି ସରକାର । ଯାହାଫଳରେ କେବଳ ଛତିଶଗଡ ନୁହେଁ ଆନ୍ଧ୍ର ବି ଓଡିଶାର ବଂଶଧାରା ଉପରେ ହକ୍ ଜାହିର କରି ଆସୁଛି ।