ଅଧିକ ପଢନ୍ତୁ ଭାରତ ଖବର
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହାରାଷ୍ଚ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ, ରାଜ୍ୟର ମନ୍ତ୍ରୀ ରାଧାକୃଷ୍ଣ ବିଖେ ପାଟିଲ ଓ ବିଜେପି ବିଧାୟକ ଗୋପୀଚନ୍ଦ ପାଡଲକରଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ଥିଲେ । ମାଲବାର ହୋଲକାର ବଂଶର ମହାରାଣୀ ଅହଲ୍ୟାବାଇ ହୋଲକରଙ୍କ 298 ତମ ଜୟନ୍ତୀ ଅହମଦନଗର ଜିଲ୍ଲାର ଚୋଣ୍ଡି ଠାରେ ଆୟୋଜିତ ହୋଇଥିଲା । ଏହି ଗାଁରେ ଅହଲ୍ୟାବାଇ ଜନ୍ମ ଗ୍ରହଣ କରିଥିଲେ । ଏହି ଆୟୋଜନରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ସେ କହିଥିଲେ ଯେ ସେତେବେଳେ ଏହି ଅଂଚଳ ହାଇଦ୍ରାବାଦର ନିଜାମର ଶାସନରେ ଆସୁଥିବା କାରଣରୁ ନିଜାମ ବିଭିନ୍ନ ସହରର ନାମ ପରିବର୍ତନ କରିଦେଇଥିଲେ । ଏହି କ୍ରମରେ ନିଜାମ ଶାସନ ଏହାର ନାମ ବଦଳାଇ ଅହମଦନଗର କରି ଦେଇଥିଲା ।
ମୁଖ୍ୟମନ୍ତ୍ରୀ ଶିନ୍ଦେ ଆହୁରି କହିଥିଲେ ଯେ ଅହମଦନଗର ନାମ ବଦଳାଇ ରାଣୀ ଅହଲ୍ୟାବାଇଙ୍କ ନାମରେ କରାଯିବା ନିଷ୍ପତି ରାଜ୍ୟ ସରକାର ନେଇଛନ୍ତି । ମୁଁ ଓ ଦେବେନ୍ଦ୍ର ଫଡଣବିସ ଉଭୟ ଏହି ଐତିହାସିକ କ୍ଷଣର ସାକ୍ଷୀ ହୋଇଥିବା କାରଣରୁ ମୁଁ ଗର୍ବ ଅନୁଭବ କରୁଛି । ଅନ୍ୟ ପକ୍ଷରେ ଦେବେନ୍ଦ୍ର ଫଡନାବିସ ମଧ୍ୟ ଏହି ନିଷ୍ପତିକୁ ନେଇ ଅତ୍ୟନ୍ତ ପ୍ରସନ୍ନତା ବ୍ୟକ୍ତ କରିଥିଲେ ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ମହାରାଷ୍ଟ୍ରର ଅହମଦନଗର ହେଉଛି ତୃତୀୟ ସ୍ଥାନ ଯ।ହାର ନାମ ମହାରାଷ୍ଟ୍ର ସରକାର ବଦଳାଇଛନ୍ତି । ଏହା ପୂର୍ବରୁ ଗତ ଫେବୃଆରି ମାସରେ ଶିନ୍ଦେ ସରକାର ଔରଙ୍ଗାବାଦର ନାମ ବଦଳାଇ ଛତ୍ରପତି ଶମ୍ଭାଜୀ ନଗର କରିଥିଲେ । ଔରଙ୍ଗାବାଦ ସହରର ନାମ କ୍ରୁର ଶାସକ ଔରଙ୍ଗଜେବ ନାମରେ ରହିଥିଲା । ସେହିପରି ମହାରାଷ୍ଚ୍ର ସରକାର ଉସମାନାବାଦ ସହରରର ନାମକୁ ପରିବର୍ତନ କରି ଧାରାଶିବ କରି ଦେଇଥିଲେ । ଅହମଦନଗରର ନାମ ପରିବର୍ତନ କରି ମହାରାଷ୍ଟ୍ର ସରକାର ତୃତୀୟ ପରିବର୍ତନ କରିଛନ୍ତି ।