ଘଟଣାଟି ଥିଲା ଏହି ପ୍ରକାର
ହରିୟାଣାର ୮୦ ବର୍ଷୀୟ ବୃଦ୍ଧ ଦର୍ଶନ ସିଂହଙ୍କ ଦେହ ହଠାତ ଖରାପ ହେବା ଯୋଗୁଁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ୪ ଦିନ ଭେଣ୍ଟିଲେଟରେ ରଖିଲା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ବୃଦ୍ଧଙ୍କ ଅନ୍ତିମ ସଂସ୍କାର ପାଇଁ ଆମ୍ବୁଲାନ୍ସ ଯୋଗେ ନିସିଙ୍ଗ ନିଆଯାଉଥିଲା। ଯିବା ସମୟରେ ଏ ଖାଲରେ ଆମ୍ବୁଲାନ୍ସଟି ପଡିଯାିଥିଲା । ଖାଲରେ ପଡିବା କ୍ଷଣି ମୃତ ବୃଦ୍ଧ ହାତ ହଲେଇବାର ଦେଖିଥିଲେ ପାଖରେ ବସିଥିବା ନାତି। ତୁରନ୍ତ ନିକଟସ୍ଥ ହସ୍ପିିଟାଲକୁ ନେଇଯାଇଥିଲେ। ଡାକ୍ତର କହିଲେ ସେ ଜୀବିତ ଅଛନ୍ତି। ପରେ ତାଙ୍କୁ ନିସିଙ୍ଗର ଅନ୍ୟ ଏକ ହସ୍ପିଟାଲକୁ ରେଫର କରାଯାଇଥିଲା। ଏବେ ବୃଦ୍ଧଙ୍କ ଚିକିତ୍ସା ଜାରି ରହିଛି।
ଅଧିକ ଦେଖନ୍ତୁ :