କୋର୍ଟଙ୍କ ଠାରୁ ଅନୁମତି ପାଇବା ପରେ ଇଡି ସିସୋଦିଆଙ୍କୁ ତିନିଦିନ ଧରି ପଚରାଉଚରା କରିବ । ସେପଟେ ସିସୋଦିଆଙ୍କ ବ୍ୟକ୍ତିଗତ ସହାୟକ ଦେବେନ୍ଦ୍ର ଶର୍ମାଙ୍କୁ ମଧ୍ୟ ପଚରାଉଚରା କରିଛି ସିବିଆଇ । ଏହି ମାମଲାରେ ହାଇଦ୍ରବାଦର ମଦ ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କୁ ମଧ୍ୟ ଗିରଫ କରିଛି ଇଡି । ପିଲାଇ ମାର୍ଚ୍ଚ ୧୩ ତାରିଖ ଯାଏ ଇଡି ହେପାଜତରେ ରହିବେ ।
କୋର୍ଟଙ୍କ ଠାରୁ ଅନୁମତି ପାଇବା ପରେ ଇଡି ସିସୋଦିଆଙ୍କୁ ତିନିଦିନ ଧରି ପଚରାଉଚରା କରିବ

ଅର୍ଗସ ବ୍ୟୁରୋ : ସିବିଆଇ ପରେ ଏବେ ଇଡି ସ୍କାନରରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତିହାର ଜେଲର ସେଲ୍ ନମ୍ବର ଏକରେ ଥିବା ଆମ୍ ଆଦମୀ ପାର୍ଟିର ଏହି ବରିଷ୍ଠ ନେତାଙ୍କୁ ଆଜି ପଚରାଉଚରା କରିଛି ଇଡି । ମଦ ଦୁର୍ନୀତି ସହ ସଂପୃକ୍ତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡି ଅଧିକାରୀମାନେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଆଧାରରେ ବୟାନ ରେକର୍ଡ କରିଛନ୍ତି ।
Download Argus News App
