ଆସନ୍ତା ୧୦ ତାରିଖରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି କରିବେ ହାଇକୋର୍ଟ। ଦିଲ୍ଳୀ ମଦ ନୀତି ମାମଲାରେ ଗତ ୨୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଗିରଫ କରିଥିଲା। ସିସୋଦିଆ ଜେଲରେ ପହଞ୍ଚିବା ପରେ ତାଙ୍କର ମେଡିକାଲ ଚିକିତ୍ସା କରାଯାଇଥିଲା। ପରୀକ୍ଷା ପରେ ସ୍ବାସ୍ଥ୍ୟ ରିପୋର୍ଟ ମଧ୍ୟ ଆସିଯାଇଛି। ତାଙ୍କୁ ଜେଲରେ ଏକ ଦୈନନ୍ଦିନ ବ୍ୟବହାର କିଟ ଦିଆଯାଇଛି। ଯେଉଁଥିରେ ଟୁଥପେଷ୍ଟ, ସାବୁନ, ବ୍ରଶ ଆଦି ରହିଛି। ଜେଲର ପ୍ରଥମ ରାତିରେ ସିସୋଦିଆଙ୍କୁ ଚପାତି, ଭାତ ଏବଂ ଆଳୁ ମଟର ତରକାରି ଖାଇବାକୁ ଦିଆଯାଇଥିଲା। ସେ ଅନ୍ୟ କଏଦୀଙ୍କ ଭଳି ପୋଷାକ ପିନ୍ଧିଥିଲେ।

ଅର୍ଗସ ବ୍ୟୁରୋ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ମାମଲାରେ ଇଡିର ପଚରାଉଚରା ଜାରି ରହିଛି। ଗତକାଲି ସିସୋଦିଆଙ୍କୁ ତିହାର ଜେଲକୁ ପଠାଯାଇଥିଲା। ବର୍ତ୍ତମାନ ସେ ତିହାର ଜେଲର ଓ୍ବାର୍ଡ ନଂ ୯ର ବରିଷ୍ଠ ବିଭାଗ ଜେଲ ହାଜତରେ ରହୁଛନ୍ତି। ସେ ଏବେ ଅନ୍ୟ କାହା ସହ ରୁମ ଶେୟାର କରିପାରିବେନି। ତାଙ୍କ ଓ୍ବାର୍ଡରେ ଅନ୍ୟ ଅପରାଧୀମାନେ ରହୁଛନ୍ତି। ସିସୋଦିଆଙ୍କ ବୟାନ ରେକର୍ଡ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ ତିହାଡ ଜେଲରେ ପହଞ୍ଚିଛନ୍ତି। ୭ ଦିନ ରିମାଣ୍ଡ ପରେ ୨୦ ମାର୍ଚ୍ଚ ଯାଏ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ ରାଉଜ ଆବେନ୍ୟୁ କୋର୍ଟ। ସିସୋଦିଆଙ୍କୁ ପଚରାଉଚରା ପାଇଁ କୋର୍ଟରେ ଆବେଦନ କରି ଅନୁମତି ମାଗିଥିଲା ଇଡି। ଏହାପରେ କୋର୍ଟ ଇଡିକୂ ସିସୋଦିଆଙ୍କ ବୟାନ ରେକର୍ଡ କରିବାକୁ ୩ଦିନ ଅନୁମତି ଦେଇଛନ୍ତି।
