ଭୁବନେଶ୍ବର: ଓଡିଶା ପାଦ ଚିହ୍ନରେ ଏବେ ଚାଲିଲା ପଞ୍ଜାବ। ଓଡିଶା ଭଳି ପଞ୍ଜାବରେ ମଧ୍ୟ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ପଞ୍ଜାବ ସରକାର ଘୋଷଣା କରିଛନ୍ତି। କରୋନାକୁ ମାତ୍ ଦେବାପାଇଁ ବର୍ତ୍ତମାନ ମାସ୍କ ପିନ୍ଧିବା ଜରୁରୀ ବୋଲି ପଞ୍ଜାବ ସରକାର ଘୋଷଣା କରିବା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ଏହି ସୂଚନା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦେଇଛନ୍ତି। ଆବଶ୍ୟକୀୟ ସାମଗ୍ରୀ କିଣିବା ତଥା ଜରୁରୀକାଳୀନ କାର୍ଯ୍ୟ ପାଇଁ ଘରୁ ବାହାରିଲେ ମାସ୍କ ପିନ୍ଧିବା ପାଇଁ ନିଜ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ସରକାର। ଏହାଛଡ଼ା ଲୋକେ ସଫା କପଡାରୁ ତିଆରି ମାସ୍କ କିମ୍ବା ରୁମାଲ ମଧ୍ୟ ପିନ୍ଧି ପାରିବେ। ଏହାପରେ ପ୍ରତିଦିନ ଗରମ ପାଣିରେ ମାସ୍କକୁ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର।
ଏପ୍ରିଲ 9 ରୁ ଓଡ଼ିଶାରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ଘରୁ ବାହାରିଲେ ସମସ୍ତଙ୍କୁ ମାସ୍କ, ରୁମାଲ ତଥା ସୁତା କପଡା ମୁହଁରେ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର। ଖାଲି ଏତିକି ନୁହେଁ ଏହାର ଉଲ୍ଲଂଘନ କରୁଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
